ବରଗଡ଼ – ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଠଉମାଲ ଗ୍ରାମ ପଞ୍ଚାୟତ କନ୍ଧୁମୁଣ୍ଡା l ଗତକାଲି ta4-2-2025 ରିଖ କନ୍ଧୁମୁଣ୍ଡା ଗାଁ ର କୁମାରୀ ରେଣୁକା ସାହୁ ବୟସ 19 ପି -ସୁରେନ୍ଦ୍ର ସାହୁ ଦ୍ବିୟ ସନ୍ତାନ ସକାଳ ନ ଟାରେ ଘରୁ ବୋତଲରେ ପାଣି ନେଇଯିବା ଆଳରେ ଚାଲିଯାଇ ଗାଁ ବାହାରେ ଅଟକି ଥିବା ଟେମ୍ପୁରେ ଛୁ କରୁଥିବା ବେଳେ ମା ଖୋଜି ଝିଅ ଛୁ କରୁଥିବାରୁ ଏକ ବାଇକ ଯୋଗେ ଗୋଡେଇ ବାଟରେ ପାଇ ଘରକୁ ଆଣିବାକୁ ଯିବାବେଳେ ଘଟଣା ପାଖକୁ ଗାଇସିଲେଟ ପୋଲିସ ଯାଇ ଥାନାକୁ ବଙ୍ଗାଳି ଝିଅ ସାବିନା ପରବିନ ବୟସ 41,ପି -ମହମ୍ମଦ ସାଫି, ଘର ବଙ୍ଗଳା ବସ୍ତି ଗାର୍ଡେନ ରିଚ (କଲିକତା )ଓ ଓଡିଶା ଝିଅ କୁ. ରେଣୁକା ସାହୁକୁ ଆଣିଥିଲେ l ଏହି ଝିଅ ଦଶହରା ସମୟରେ ୟା ସହିତ ଏପରି ଯାଇଥିବାରୁ ଝିଅର ମା ବାପା ଥାନାରେ ଏତଲା ଦେଇ କିଛି ଲାଭ ପାଇନାହିଁ lସେଠାରେ କଷ୍ଟ ପାଇ ଝିଅ ଘରକୁ ଫୋନ କରି ଅସୁବିଧା ଜଣାଇବାରୁ ମା ସୁନା ବିକି ଝିଅକୁ କଲିକତା ଆଣିବାକୁ ଯାଇଥିଲେ l ଗତ ସାଧାରଣ ତନ୍ତ୍ର ଦିନ ଝିଅକୁ ପାଞ୍ଚ ମାସ ପରେ ପାଇ ଖୁସିରେ ଆଣିଥିଲେ l ଥାନାରେ ଅଭିଯୋଗ ମୁତାବକ ଜଣାଇବାରୁ ତିନ ଚାରି ଦିନ ପରେ ସେହି କଲିକତା ଝିଅ ସାବିନା ପରବିନ ଛଞ୍ଚାଣ ପରି ଅସି ଗାଁ ମୁଣ୍ଡରୁ ନେଇଯାଉଥିଲା l ମାଙ୍କ ପଥରୋଧ ବେଳେ ସେହିଝିଅ ତୋ ଝିଅ ଫେରିବ ନାହିଁ l ଯଦି ତୁ ବି ଯିବୁ ମା-ଝିଅ ଦୁହିଁଙ୍କୁ ନେଇ ଵିକିଵି ନ ହେଲେ କୀଡୀନି ଲିଭର ଵିକିଵି କହିବା ବେଳେ ଟେମ୍ପୁ ଚାଳକ ଗାଡି ସିଧା ବଲାଙ୍ଗୀର ଯିବ କହିବାରୁ ମା ଗାଡିକୁ ଡେଇଁପଡ଼ି ପାଟି କଳା l ଚିତ୍କାର ଶୁଣି କାଠଉମାଲ ବଜାର ଲୋକେ ଗାଡି ଅଟକାଇଲେ ଓ କଥା ଜାଣିପାରି କେତେକ ଲୋକ ଚାଳକ ଓ କଲିକତା ଝିଅକୁ ମାଡ ମାରିଥିଲେ l କଥାଟି ଗାଇସିଲେଟ ଥାନାରେ ଥିବାବେଳେ ବାଲାଙ୍ଗୀରରୁ 25/30 ବାଇକରେ ଗାଡି ଚାଳକ ସଂଘରୁ ଯୌବନ ଓ ନିଶାସକ୍ତ ମାନେ ଆସିଥିଲେ l ଝିଅକୁ ଯାନ ରେ ବସାଇ ନେବାବେଳେ ସାମ୍ବାଦିକ “ଫକୀର “ବିଷୟକୁ ଵୁଝି ଜାଣି ଝିଅ ମା ବାପାଙ୍କୁ ସାନ୍ତ୍ୱନା ଦେଇ ଟେମ୍ପୁ ଗାଡି ନଂ ଫଟୋ କଲାବେଳେ ବାଲାଙ୍ଗୀରରୁ ଆସିଥିବା ଚାଳକ ଜଣେ ସାମ୍ବାଦିକଙ୍କ ପୋଲିସ ଇନଚାର୍ଜ ଶ୍ରୀ ତ୍ରିପାଠୀଙ୍କ ସାମନାରେ ଟାଣି ନେଇଗଲା l ଲୋକ ଗହଳି ଭିତରେ ହେବାରୁ ସାମ୍ବାଦିକଙ୍କ ଇଯତ ହାନି, ଡକାୟତି ଦାଦାଗିରି, ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l ଲୋକେ ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡେଇ ନେବାର କୋଳାହଳ ଜାଣି ଫୋନ ଫେରେଇ ନ ଦେବା ସତ୍ୱେ ଇନଚାର୍ଜ ମାଗି ସାମ୍ବାଦିକଙ୍କ ହାତରେ ଫୋନ ଦେଲେ କିନ୍ତୁ ଏତେ ପ୍ରକାର ଦୁର୍ବ୍ୟବହାରକୁ ଆଇନଗତ ଅପରାଧଜାଣି ବ୍ୟକ୍ତିକୁ କିଛି ନ କହି ପୋଲିସ ନିରବ ରହିଲେ, ଘଟଣାଟି ଥାନା ସାମନାରେ l ଆହୁରି ଯେଉଁ ଝିଅକୁ ଥାନାରେ କଲିକତା ଝିଅ ନେଇଛି ଉଭୟେ ଲେଖିଛନ୍ତି କି କଲିକତା ଝିଅ ମୁଁ ମୋ ଦାୟିତ୍ୱରେ ଭଲଭାବରେ ରଖିବି l କେତେଦିନ ଓ କଣ ପାଇଁ ନେଇଛି କି ତାର ଫୋନ ନଂ କିମ୍ବା ଠିକ ଆଧାର ନଂ ଜଣା ପଡୁନାହିଁ l ପୁଣି ଓଡିଶା ଝିଅ ଲେଖିଛି ମୁଁ ମୋ ଇଛାରେ ଯାଉଛି ଓ ମୁଁ ତା ସହିତ ଯାଉଛି l କଣ ପାଇଁ ଓ କେତେଦିନ ପାଇଁ ଜଣା ପଡୁନାହିଁ କି ଫଟୋ ସଫା ନାହିଁ l ଆଶ୍ଚର୍ଯ୍ୟର ବିଷୟ ଯେ ପୋଲିସ ହଜିଲା ଜିନିଷ ଖୋଜି ପାରୁନାହିଁ କି ଖୋଜି ଆଣିଦେଲେ ତାର ବିଷୟକୁ ବୁଝି ପାରୁନାହିଁ l ତଥାପି ଟ୍ୱେମ୍ପୁରେ ଆଠଜନ ନିଶାକ୍ତ ସହିତ ଦୁଇ ଅଜଣା ଝିଅକୁ ନିଶ୍ଚିନ୍ତରେ ଯିବାକୁ ଦେଉଛି l ଟେମ୍ପୁ appe xtra DLX OD03E4549 ରେ ଜଣେ ଚାଳକ ସହିତ ଆସିଥିଲେ,ସାମ୍ବାଦିକ ସାମ୍ବାଦିକତା କରିବାକୁ ଗଲେ ମନା କରି ରଖିଥିବା ଗାଡି ନଂ କୁ ଡିଲେଟ କରିବାକୁ ଲୋକଙ୍କ ସାମନାରେ ବାଧ୍ୟ କରୁଛି l ପୋଲିସର କର୍ତ୍ତବ୍ୟ କଣ ମା ବାପାଠୁ ଛଡେଇ ଶିଶୁକୁ ଅନ୍ୟ ହାତରେ ଟେକି ଦେବା ଓ ଚତୁର୍ଥ ସ୍ଥମ୍ଭକୁ ବାଧାଦେବା l ପୋଲିସ ସ୍ଥାନୀୟ ଲୋକଙ୍କୁ ଚବିଶ ଘଣ୍ଟା ଅଟକାଇ ପାରୁଛି ଅଥଚ ବିପଦ ମୁହଁରେ ଥିବା ଲୋକଙ୍କୁ ନିଆଁ କୁ ଠେଲି ଦେଉଛି l ଅଞ୍ଚଳ ବାସୀଙ୍କ ଆଲୋଚନା ଯେ ମାର ବିଦାରକ ହୃଦୟ ଶାନ୍ତି କରିବାକୁ ପୋଲିସ ବାର ଘଣ୍ଟା ଅଟକାଇ ପାରିବ ନାହିଁ l କଲିକତାରେ ନେଇଥିବା ଫୋନ ବିକାଗଲା ଅସୁବିଧା ବେଳେ ମା ବାପା ଟଙ୍କା ପଠେଇଲେ ଓ ମାରିବାକୁ ଯାଉଥିବାବେଳେ କଲିକତା ଡାକ୍ତରଖାନାରୁ ଘରକୁ ଆଣିଥିଲେ lll ପଛରେ ଅନେକ ପ୍ରଶ୍ନ୍ନ????…ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ କଳିଙ୍ଗାପ୍ରଭା