ବିଧବା ର ଯନ୍ତ୍ରଣା

କାହାକୁ ସେ ମନ ଖୋଲି
କିଛି କହି ପାରେନା
ମନର କୋହ କୁ ବୁକୁ ତଳେ ଚାପି
ହେଉ ଥାଏ ଆନ ମନା
ବିଧବା ର ଯନ୍ତ୍ରଣା ————1
ଦୁଃଖରେ ସୁଖରେ
ରୋଗରେ ଶୋକରେ
ପାଉ ଥାଏ ଖାଲି ଯାତନା
କିଏ ଅଛି ତାର ଆହା କହିବା କୁ
ବୁଝିବ ତା ମନ ବେଦନା
ବିଧବା ର ଯନ୍ତ୍ରଣା ———-2
ଅଲକ୍ଷଣି ବୋଲି ସଭିଏଁ କୁହନ୍ତି
ସେ କା କଥାକୁ କାନ ଡେରେନା
ତା ଜୀବନ ପୃଷ୍ଠା ଖୋଲା ବହି ଅଟେ
ହେଲେ ତାକୁ କେହି ପଢ଼ି ପାରେନା
ବିଧବା ର ଯନ୍ତ୍ରଣା ———-3
ନିରୋଳା ଜାଗାରେ ଘୁମୁରି କାନ୍ଦେ ସେ
ପାଟିରେ କାନି ପୁରାଇ
ଲୁହ ଲହୁ ପିଇ ବଞ୍ଚିବା ଶିଖିଛି
ନାହିଁ ତା ମନରେ ଛଳନା
ବିଧବା ର ଯନ୍ତ୍ରଣା ——-4
ସମୟ ସ୍ରୋତରେ ଭାସି ଚାଲିଛି ସେ
ପାଉ ନାହିଁ ଖୋଜି ଅସରା
କିଏ ଅଛି ତାର ଆହା କହିବା କୁ
କରୁଛି ସେ ବସି ଭାବନା
ବିଧବା ର ଯନ୍ତ୍ରଣା ———–5
ସବୁ ଦଣ୍ଡ ଦିଅ ଠାକୁରେ
ହେଲେ ଏ ବୈଧବ ଯନ୍ତ୍ରଣା ନୁହେଁ
ଯା ଭାଗ୍ୟେ ଘଟିଛି ସେ ଏକା ଜାଣିଛି
ମରୁ ହୃଦୟ ର କାମନା

Nirupama swain
Baripada Mayurbhanj

Leave a Reply

Your email address will not be published. Required fields are marked *