ବି ଏସ କଲେଜ୍ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ।

ଚଣ୍ଡିଖୋଲ ୨୯/୧(କ ବ୍ୟୁ) ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଠାରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଟିତ ହୋଇଯାଉଛି। କ୍ରୀଡା ସଂସଦ ର ଉପଦେଷ୍ଟା ଅଧ୍ୟାପକ ଶମ୍ଭୁନାଥ ହେମ୍ବ୍ରମ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କ୍ରୀଡାରେ+୨, ଓ+୩ବର୍ଷର ଛାତ୍ର ଛାତ୍ରୀ ମାନେ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଥିଲେ। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡଚଣା ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ କ୍ରୀଡ଼ା ଶିକ୍ଷା ର ଏକ ଅଂଶ । ଏହା ଛାତ୍ର ଛାତ୍ରୀ ମାନଙ୍କ ଶାରୀରିକ ମାନସିକ ବୌଦ୍ଧିକ ବିକାଶ କରିବା ସହିତ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକାସ କରିବlସହିତ ବାଳିକା ଓ ଭିନ୍ନ କ୍ଷମ ବାଳିକା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ।ମହାବିଦ୍ୟାଳୟର ଶୈ କ୍ଷିକ ପରିବେଶ , ଶିକ୍ଷାଦାନ ସ୍ବଚ୍ଛତା ଦିଗରେ ଅଧ୍ୟକ୍ଷଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥି ଭାବେ ବଡଚଣା ଥାନା ଅଧିକାରୀ ଅସିତ୍ କୁମାର୍ ବଳବନ୍ତରାୟ କ୍ରିଡ଼ା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା, ଏକତା, ଭାଇଚାରା ଓ ପ୍ରତିଯୋଗିତାର ମନବୃତି ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ଅଧ୍ୟକ୍ଷ ଶ୍ରୀ ମହା ଲା ମହାବିଦ୍ୟାଳୟ ର ଗୌରବ ରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଛାତ୍ର ଛାତ୍ରୀ ମାନଙ୍କ ସମିଳିତ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି କ୍ରୀଡାରେ+୨ବାଳକ ବିଭାଗରେ ରାଜ କିଶୋର ସାହୁ,+୩ବାଳକ ବିଭାଗରେ ଶେଖ୍ ସଲମନ ବକ୍ସ+୨ବାଳିକା ବିଭାଗରେ ଭଗ୍ୟଲକ୍ଷ୍ମୀ ବାରିକ୍+୩ବାଳିକା ବିଭାଗରେ ଅନ୍ନପୂର୍ଣ୍ଣl ପଣ୍ଡା ଚମ୍ପିୟାନ ଘୋଷଣା କରିବା ସହିତ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ସଂସଦ ଉପଦେଷ୍ଟା ଶମ୍ଭୁ ନାଥ ହେମ୍ରମ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *