କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ ମହାସମାରୋହ ପାଳିତ ,

କେସିଙ୍ଗା-29.01.25

ଆଜି କେସିଙ୍ଗା ମହାବିଦ୍ୟାଳୟର ୪୪ ତମ ବାର୍ଷିକୋତ୍ସବ କଲେଜ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ସମ୍ମାନିତ ଅତିଥି ରୂପେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ଯୁବଶକ୍ତିକୁ ରାଷ୍ଟ୍ରର ବିକାଶ ନିମନ୍ତେ ଜାଗୃତ ହେବା ପାଇଁ ଆହ୍ୱାନ ଦେଇଥିଲା ବେଳେ ଖୁବଶୀଘ୍ର କେସିଙ୍ଗା ମହାବିଦ୍ୟାଳୟର ଦାବି ଗୁଡ଼ିକ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଶ୍ରୀ ସେନାପତି ମହାବିଦ୍ୟାଳୟର ବିକାଶ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପାଢ଼ୀ ଅତିଥି ପରିଚୟ ଓ ସ୍ବାଗତ ସମ୍ଭାଷଣ ପରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ସଭାରେ ଛାତ୍ର ସଂସଦର ଉପଦେଷ୍ଟା ଅଧ୍ୟାପକ ଡ. ସତୀଶ ଚନ୍ଦ୍ର ଖମାରୀ, ପ୍ରଧ୍ୟାପକ ଅଶ୍ଵିନୀ କୁମାର ପଟ୍ଟନାୟକ ଓ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ଡ. ରାକେଶ ବିଶି ମଞ୍ଚ ପରିଚାଳନା କରିଥିଲା ବେଳେ ବରିଷ୍ଠ ପ୍ରଧ୍ୟାପକ ଅଶ୍ଵିନୀ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା। ଏହା ପରେ ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଶଣ,

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *