


ଚଣ୍ଡିଖୋଲ ୨୬/୧(କ ବ୍ୟୁ) ମାନବ ସେବାକୁ ମାଧବ ସେବା
ମନେକରି ସମାଜର ଅବହେଳିତ, ନିଷ୍ପେସିତ, ନିର୍ଯାତିତ ଓ ଅସହାୟ ଲୋକ ମାନଙ୍କୁ ସହାୟତl ର ହାତ ବଢ଼ାଇ ଆସୁଥିବା ପାଟରl ପରିବାର ଆମେ ସବୁ ପାଟରl ପକ୍ଷରୁ ଚଣ୍ଡିଖୋଲ ନିକଟସ୍ତ ତରଞ୍ଜିଆ ଠାରେ ପ୍ରତିଷ୍ଠିତ ଆଶୀର୍ବାଦ ଆଦିବାସୀ ହରିଜନ ଆବାସିକ ସେବାଶ୍ରମ ର ଅନ୍ତେବାସୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ଚାଉଳ, ରାସନ୍ ସାମଗ୍ରୀ, ଶୁଖିଲା ଖାଦ୍ୟ ପୁଡ଼ିଆ, ଓ ପାଠ୍ୟ ଉପକରଣ ବଣ୍ଟନ କରଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ଷଣ୍ଢ, ସମ୍ପାଦକ ବିଜୟ କୁମାର ସାହୁ,ଉପସଭାପତି ରୁପେଶ କୁମାର ପାତ୍ର, କୋଷାଧ୍ୟକ୍ଷ ସତ୍ୟ ରଂଜନ ସାହୁ,ସମାଜସେବୀ, ଲୋପାମୁଦ୍ରା ଷଣ୍ଢ ସୁଜାତା ସାହୁ, ରାଜେଶ୍ ପାତ୍ର, ଶକ୍ତି ପ୍ରସାଦ ସାହୁ, ଅବିନାଶ ସାହୁ, ଶିଶିର କୁମାର ସୁବୁଦ୍ଧି ଅଜୟ କୁମାର ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ପୀତବାସ ନାୟକ, ମନମୋହନ ପାତ୍ର, ପ୍ରମୁଖ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏଥିସହିତ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।