ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ , ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ’ରେ ଶ୍ରଦ୍ଧାଳୁ ସନ୍ଥମାନଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଅତ୍ୟନ୍ତ ଆନନ୍ଦିତ ଓ ଭାବପ୍ରବଣ

ପ୍ରୟାଗରାଜ : ମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଓ ଗର୍ବର ଭାବନା ବଢ଼ାଉଛି

ସଙ୍ଗମ କୂଳରେ ପରିବାର ସହ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କଲେ ଗୃହମନ୍ତ୍ରୀ

ମହାକୁମ୍ଭ ସନାତନ ଧର୍ମର ଭବ୍ୟ ସମାବେଶ ତଥା ତୀର୍ଥସ୍ଥଳୀ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଓ ଜ୍ଞାନ ପରମ୍ପରାର ସମାଗମ
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି।
ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ’ରେ ଶ୍ରଦ୍ଧାଳୁ ସନ୍ଥଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଶ୍ରୀ ଅମିତ ଶାହ ତାଙ୍କ ଅନୁଭୂତି ଏକ୍ସରେ ପୋଷ୍ଟ କରିଛନ୍ତି। ସମସ୍ତଙ୍କ ମଙ୍ଗଳ ପାଇଁ ସେ ମା’ ଗଙ୍ଗା, ମା’ ଯମୁନା ଓ ମା’ ସରସ୍ୱତୀଙ୍କୁ ପ୍ରାର୍ଥନା କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଏବଂ ଗର୍ବର ଭାବନା ବଢ଼ାଉଛି। ସେ ସଙ୍ଗମ କୂଳରେ ପରିବାର ସହ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ।
ଶ୍ରୀ ଅମିତ ଶାହ କହିଥିଲେ ଯେ ମହାକୁମ୍ଭ ସନାତନ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । କୁମ୍ଭ ଆମର ସନାତନ ଜୀବନ ଦର୍ଶନର ସମନ୍ୱୟ ଓ ପ୍ରତିଫଳନ । ସମଗ୍ର ବିଶ୍ୱକୁ ସମାନତା ଓ ସଦ୍ଭାବନାର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳୀ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଓ ଜ୍ଞାନ ପରମ୍ପରାର ସଂଗମ।

Leave a Reply

Your email address will not be published. Required fields are marked *