
ଛତ୍ରପୁର : ୨୫.୦୧.୨୫
(ମିଥୁନ ବାରିକ୍)
ଛତ୍ରପୁର: ଛତ୍ରପୁର ନୂତନ ଉପଜିଲ୍ଲାପାଳ ଭାବେ ଶିବାଶିଷ ବରାଳ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଶେରଗଡ଼ ବିଡିଓ ଥିଲେ। ୨୦୧୫ ବ୍ୟାଚ୍ର ଓଏଏସ୍ ଅଧିକାରୀ ବରାଳ ପ୍ରଥମେ କରଞ୍ଜିଆ ବିଡିଓ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ଛତ୍ରପୁର ଉପଜିଲ୍ଲାପାଳ ଦାୟିତ୍ଵ ନେବା ପରେ ତହସିଲଦାର, ବିଡିଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।