ବାର୍ଷିକ ଉତ୍ସବ ଉପଲକ୍ଷେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର୪୦୦ ରୁ ଉର୍ଦ୍ଧ ରୋଗୀ ଚିକିତ୍ସିତ ।

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଲବର ଚଳିତ ବର୍ଷ ବାର୍ଷିକ ଉତ୍ସବ ଉପଲକ୍ଷେ ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ଠାରେ ଛତ୍ରପୁର ପ୍ରେସ କ୍ଲବ, ଆଇଆରଇ ମାଟିଖାଲ ଓ ଗ୍ରାସିମ୍ ଇଣ୍ଡଷ୍ଟ୍ରି ମିଳିତ ଆନୁକୁଲ୍ୟରେ ଆଇଏମଏସ ଏଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇଥିଲେ । ସମାଜ ସେବୀ ସମାପ୍ତି ପଣ୍ଡା ଏବଂ ସୁଧୀର ପଟ୍ଟନାୟକ ଯୋଗ ଦେଇଥିଲେ । ସମ୍ ହସ୍ପିଟାଲର ବିଭିନ୍ନ ବିଭାଗର ଦକ୍ଷ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ବର୍ଗର ରୋଗୀମାନଙ୍କୁ ଚିକିତ୍ସା କରିବା ସହ ମାଗଣା ମେଡିସିନ ପ୍ରଦାନ କରିଥିଲେ l ଏହି ଶିବିରରେ ସ୍ନାୟୁ, ସର୍ଜରୀ, ଅର୍ଥୋପେଡିକ, ସ୍ତ୍ରୀ ଏବଂ ପ୍ରସୂତି ଚିକିତ୍ସା, ଦାନ୍ତ, ଇଏନଟି, ମେଡିସିନ, ମଧୁମେହ, ମାନସିକ , ଶିଶୁରୋଗ, ଚକ୍ଷୁ ବିଭାଗ ଆଦିରେ ରୋଗୀ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି l
ଏହି ଶିବିରକୁ ଛତ୍ରପୁର ଓ ଆଖ ପାଖ ଅଞ୍ଚଳର ୪ ଶହରୁ ଉର୍ଦ୍ଧ୍ବ ରୋଗୀ ଆସି ମାଗଣା ସ୍ବାସ୍ଥ୍ୟ ସେବା ନେବା ସହ ଉତ୍ତମ ଚିକିତ୍ସା ଓ ମାଗଣା ଔଷଧ ପାଇଁ ଖୁସି ବ୍ୟକ୍ତ କରିଛନ୍ତି l ଛତ୍ରପୁର ପ୍ରେସ କ୍ଲବର ଏଭଳି ନିଆରା ପ୍ରୟାସ ପାଇଁ କ୍ଲବର ସମସ୍ତ ମେମ୍ବରଙ୍କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରିଛନ୍ତି ‌। ପୂର୍ବରୁ ଛତ୍ରପୁର ପ୍ରେସ କ୍ଲବ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସିଛି। ଦୁଇ ଦୁଇଥର ରକ୍ତ ଦାନ ଶିବିର, ବୃକ୍ଷରୋପଣ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହା ସହ ହସ୍ପିଟାଲ ସମସ୍ତ ଡାକ୍ତରୀ ଟିମ୍ ଓ ମେଡ଼ିସିନ ବିଭାଗର କର୍ମକର୍ତ୍ତା ମାନଙ୍କୁ ରୋଗୀ ଓ ରୋଗୀଙ୍କ ପରିବାର ଧନ୍ୟବାଦ୍ ଦେଇଛନ୍ତି l ସମ୍ ହସପିଟାଲ ଶୀତଳାପଲ୍ଲିର ନିର୍ଦେଶକ ଦେବପ୍ରସାଦ ଦାଶ, ବରିଷ୍ଠ ଡ଼ାକ୍ତର ଅଯୋଧ୍ୟା ପାଢ଼ୀ, ଡାକ୍ତର ରଞ୍ଜିତ ପାତ୍ର, ଡାକ୍ତର ବିଶ୍ୱଜିତ ସାମଲ, ଡାକ୍ତର ଅମର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରକୁ ଛତ୍ରପୁର ପ୍ରେସ କ୍ଲବର ସଭାପତି ରବିନ୍ଦ୍ରନାଥ ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ପାଢୀ, ଉପସଭାପତି ସନ୍ତୋଷ ମିଶ୍ର, କୋଷାଧ୍ୟକ୍ଷ କେ ସତ୍ୟନାରାୟଣ ରେଡ୍ଡୀ, ଉପଦେଷ୍ଟା ରବିନ୍ଦ୍ର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ବସନ୍ତ ମହାରଣା, କ୍ଷିରୋଦ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ ମହାରଣା, ଯୁଗ୍ମ ସମ୍ପାଦକ ଦେବବ୍ରତ ପଣ୍ଡା, ସୁଧିର ନାହାକ, ବିସ୍ମୟ ପ୍ରଧାନ, ସରୋଜ ସାମଲ, ଅଜିତ୍ ସ୍ୱାଇଁ, ଦିଲ୍ଲିପ ସାମଲ, ବିରେନ୍ ରାଉଳ, ସନ୍ତୋଷ ସାହୁ, କେ ରମେଶ, ସନ୍ତୋଷ କୁମାର ସାହୁ, ଗୈାରପ୍ରସାଦ ମହାପାତ୍ର, ଅଶୋକ ବେହେରାଙ୍କ ସମେତ ପ୍ରେସ କ୍ଲବର ସମସ୍ତ ମେମ୍ବର ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *