ନେତାଜୀ ଜୟନ୍ତୀ ରେ ବିଶାଳ ରକ୍ତଦାନ ଶିବିର

କଟକ : 23/1 :ମହାନ ରାଷ୍ଟ୍ର ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ ଅବସରରେ କଟକ ଓଡ଼ିଆ ବଜ଼ାର ନେତାଜୀ ସେବା ସଦନ ମେଡିକାଲ ଠାରେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦୋଷ ଶୁଭାରମ୍ଭ କରିଥିଲେ। ଏଥିରେ ଲୋକସଭା ସାଂସଦ ଭତୃହରି ମହତାବ,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତୀ ଶ୍ରୀଯୁକ୍ତ ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଡ଼କ୍ଟର ରବିରଞ୍ଜନ ସାହୁ, ସିନେ ତାରକା ଶ୍ରୀତମ ଦାସ, ଡ଼କ୍ଟର ମିନା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ଅଧକ୍ଷ ରାଜେନ୍ଦ୍ର କୁମାର ଚୌଧୁରୀ, ସାଧାରଣ ସମ୍ପାଦକ ଡ଼କ୍ଟର ପ୍ରଶାନ୍ତ କୁମାର ଦାଶ ଙ୍କ ପ୍ରତେକ୍ଷ୍ୟ ତତ୍ଵାବଧାନରେ ଶିବିର ପରିଚାଳିତ ହୋଇଥିଲା।କେନ୍ଦ୍ରୀୟ ରେଡ଼କ୍ରସ ର ସହାୟତାରେ ୧୦୧ ୟୁନିଟ ରକ୍ର ସଂଗୃହିତ ହୋଇଥିଲା।ଏଥିରେ ଡ଼କ୍ଟର ବିକାଶ କୁମାର ପ୍ରସାଦ, ଶୈଳେନ୍ଦ୍ର କୁମାର ସ୍ୱାଇଁ, ରାଜା କିଶୋର ସାହୁ, କିଶୋର ଚନ୍ଦ୍ର ଓଝା, ରାଜ କିଶୋର ବାଘ, ବିରଞ୍ଚି ମହାରଣା,ପ୍ରଫୁଲ୍ଲ କୁମାର ସାହୁ, ରୋଜାଲିନ ମହାପାତ୍ର,ଡ଼କ୍ଟର ସୌଦାମିନୀ ନାୟକ, ପୁଷ୍ପିତା ମହାପାତ୍ର, ବିଜ୍ଞାନା ନନ୍ଦ ମହାନ୍ତି,ପଙ୍କଜ କୁମାର ବେହେରା, ଗୀତାଞ୍ଜଳି ବେଉରିଆ, ସୟଦ ଜ଼ବିହୁଲ୍ଲା,ସସ୍ମିତା ପାହାଡ଼ ସିଂ,ପ୍ରକାଶ କର,ସରୋଜ କୁମାର ମିଶ୍ର, ସମୀର ପଟ୍ଟନାୟକ,ଡ଼କ୍ଟର ଯଶୋବନ୍ତ ନାରାୟଣ ଜେନା,ଜ୍ୟୋତିନାରାୟଣ ମହାପାତ୍ର ,ପ୍ରଭାତୀ ଜଟ୍ଟ, ବିଜୟ ମହାରଣା,ମନୋରମା ଦାଶ, କୃଷ୍ଣପ୍ରସାଦ ଶତପଥି,ସୀମା ଦାଶ,ଉର୍ମିଳା ଚୌଧୁରୀ,ମନୋଜ ପାହାଡ଼ସିଂହ, ଧୀରପ୍ରସାଦ ମହାନ୍ତି, ବିବେକାନନ୍ଦ ଦଳାଇ, ପ୍ରେମ ସ୍ୱରୂପ ଦାଶ, ସଞ୍ଜନା ଦାଶ ପ୍ରମୁଖ ଶିବିର ପରିଚାଳନା ରେ ସହାୟତା କରିଥିଲେ।ଏହି କାର୍ଯ୍ୟକ୍ରମ ରେସମାଜସେବୀ ଶ୍ରୀ ଅଭିମନ୍ୟୁ ଦାସ ଙ୍କୁ ଅନୁଷ୍ଠାନ ର ପୃଷ୍ଠ ପୋଷକ ସଭ୍ୟ ତଥା ମାର୍ଗ ଦର୍ଶକ ସ୍ବର୍ଗତ ଭୁବନାନନ୍ଦ ମହାରଣା ମେମୋରିଆଲ ସଂମ୍ମାନ ଓ ଡ଼କ୍ଟର ରେଣୁକା ଜେନା ଙ୍କୁ ପ୍ରଫେସର ଡ଼କ୍ଟର ଯୋଗିଦ୍ର ମୋହନ ସେନାପତି ମେମୋରିଆଲ ସଂମ୍ମାନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *