
ତାଳଚେର (ଦିଲୀପ କୁମାର ଚୋପଦାର ) ତାଳଚେର ର ବହୁ ପୁରାତନ ଶୈବ ପୀଠ ଚିତ୍ରକୁଟ ମନ୍ଦିର ଟି ଏବେ ନିଶା ସେବନକାରୀ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।ଫଳରେ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ଧିରେ ଧୀରେ ହ୍ରାସ ପାଇବାକୁ ବସିଲାଣି ।ଏହାକୁ ଦୃଷ୍ଟିରେ ରଖି କିଛି ଉଦ୍ୟମୀ ତଥା ଆଧ୍ୟାତ୍ମିକ ଚିନ୍ତା ଧାରାର ବ୍ୟକ୍ତି ଏହାର ବିରୋଧ କରି ଏବଂ ମନ୍ଦିର ପରିବେଶକୁ ସଜାଡ଼ିବା ଲକ୍ଷ୍ୟରେ ଉକ୍ତ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ନଗରପାଳ ପବିତ୍ର ଭୁତିଆ ଏହି ମନ୍ଦିର ର ଉର୍ଣ୍ଣତି ପାଇଁ ସମସ୍ତେ ଏକତ୍ରିତ ହୋଇ ଆଗକୁ ଆସିବା ପାଇଁ ପରାମର୍ଡ ଦେଇଥିଲେ।Send ଉପସ୍ଥିତ ସମସ୍ତ ସଦସ୍ୟ ମାନେ ମନ୍ଦିର ର ପରିବେଶ ସୁରକ୍ଷା ,ଉର୍ଣ୍ଣତିକରଣ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା ଉପରେ
ଆଲୋଚନା କରିଥିଲେ କିନ୍ତୁ ଏହିସବୁ କାର୍ଯ୍ୟ ସମ୍ପାଦନ ପ
ପାଇଁ ନୂତନ କମିଟି ର ଆବଶ୍ୟକତା ଥିବାରୁ ଏହା ଉପରେ ଆଧାରିତ କାର୍ଯ୍ୟକ୍ରମ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା।ଏଥିରେ ସଭାପତି ଭାବେ ନଗରପାଳ ପବିତ୍ର ଭୁତିଆ ,ଉପସଭାପତି ଭାବେ ଆଠ ନମ୍ବର କାଉନସିଲର ସନ୍ତୋଷ ବେହେରା ,ସାଧାରଣ ସମ୍ପାଦକ ଭାବେ ନଅ ନମ୍ବର ୱାର୍ଡ କାଉନସିଲର ମମତା ରାଉତ ,ସହ ସମ୍ପାଦକ ସମୀର ସାହୁ ,କୋଷାଧ୍ୟକ୍ଷ ଭାବେ ସୁଧୀର ପଟ୍ଟନାୟକ ,ଓ ଶରତ ବାରିକ ଙ୍କୁ ମନୋନୀତ କରାଯାଇଥିଲା ସେହିପରି ଉପଦେଷ୍ଟା ଭାବେ୨୧ ଜଣଙ୍କୁ ବଛାଯାଇଥିଲା ।ଏହି କମିଟି ମନ୍ଦିରର ଉର୍ଣ୍ଣତି ,ପରିଚାଳନା ସୌନ୍ଦର୍ଯ୍ୟକରଣ ,ପରିବେଶ ର ସୁରକ୍ଷା ନେଇ କାର୍ଯ୍ୟକରିବ ବୋଲି ନୂତନ ସଭାପତି ଶ୍ରୀ ଭୁତିଆ ପ୍ରକାଶ ,କରିଥିଲେ ।ଆଜିର ବୈଠକରେ ଦେବୀ ମିଶ୍ର ,ବିକାଶ ସାହୁ ସନ୍ତୋଷ ଅଗ୍ରୱାଲ ,ଲୁଲୁ ରାଉତ ପଞ୍ଚାନନ ସାହୁ ,ଭଗ୍ୟରଥୀ ମହାପାତ୍ର ,ବାବୁଲି ମହାରଣା ,ତପନ ମହାରଣା ,ଟୁକୁନା ସ୍ୱାଇଁ ,ମେଘନାଦ ପରିଡା ,ବଳରାମ କୁଣ୍ଡ ,ଗୋପୀନାଥ ସାହୁ ବଳରାମ ବେହେରା ,କାବୁଲି ସେନ ,ଜିତେନ୍ଦ୍ର ଦାସ ,ପ୍ରକାଶ ସାହୁ ,ବାବୁନି ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ମାନେ ଯୋଗ ଦେଇଥିଲେ ।।ପରବର୍ତ୍ତୀ ବୈଠକ ଆସନ୍ତା ୨୭ତାରିଖରେ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।।