ବିଜ୍ଞାନ ପ୍ରଚାର ସମିତିର ୭୫ ତମ ବାର୍ଷିକ ଉତ୍ସବ ଓ ଡଃ ପ୍ରିୟତମା ଦେଓ ସ୍ମାରକୀ ବକୃତା

ବିଜ୍ଞାନ ପ୍ରଚାର ସମିତିର ୭୫ ତମ ବାର୍ଷିକ ଉତ୍ସବ ଓ ଡଃ ପ୍ରିୟତମା ଦେଓ ସ୍ମାରକୀ ବକୃତା

ବିଜ୍ଞାନ ପ୍ରଚାର ସମିତିର ୭୫ ତମ ବାର୍ଷିକ ଉତ୍ସବ ଓ ଡଃ ପ୍ରିୟତମା ଦେଓ ସ୍ମାରକୀ ବକୃତା ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷରେ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ପୂର୍ବାହ୍ନ ଅଧିବେଶନରେ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାନପୁର ଆଇ. ଆଇ. ଟି. ର ପ୍ରାକ୍ତନ ପ୍ରଫେସର ଡଃ ଦେବୀପ୍ରସାଦ ମିଶ୍ର ବିଜ୍ଞାନ ଓ ଆଧ୍ୟାତ୍ମିକତାକୁ ଦୈନଦିନ ଚଳଣି ସହ କିପରି ବ୍ୟବହାର କରାଯାଇଥାଏ ସେ ବିଷୟରେ ବର୍ଣ୍ଣନା କରିଥିଲେ l
ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ମନୋବିଜ୍ଞାନ ପ୍ରଫେସର ଡଃ ଶମିତା ମହାପାତ୍ର ଡାକ୍ତର ଗୋପାଳ ଚନ୍ଦ୍ର ପଟ୍ଟନାୟକ ସ୍ମାରକୀ ବକ୍ତୃତାରେ ମାନସିକ ପ୍ରଦୂଷଣର କାରଣ ଓ ନିରାକରଣ ବିଷୟରେ ବର୍ଣ୍ଣନା କରିଥିଲେ l
ସମିତି ତରଫରୁ ମୁଖ୍ୟ ଅତିଥିଙ୍କୁ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର ସମ୍ମାନ ଓ ମୁଖ୍ୟ ବକ୍ତାଙ୍କୁ ଡାକ୍ତର ଗୋପାଳ ଚନ୍ଦ୍ର ପଟ୍ଟନାୟକ ସ୍ମାରକୀ ବକ୍ତୃତା ସମ୍ମାନରେ ସମ୍ମାନିତ କରାଯାଇଥିଲା l
ଏହି ପରିପ୍ରେକ୍ଷୀରେ ଇଂ ମାୟାଧର ସ୍ବାଇଁ ଙ୍କ ଲିଖିତ ଦୁଇଟି ପୁସ୍ତକ “ରସାୟନ ବିଜ୍ଞାନର କାହାଣୀ’ ଓ ବିଦ୍ୟୁତ ବିଜ୍ଞାନ
ଡାକ୍ତର ନିତ୍ୟାନନ୍ଦ ସ୍ବାଇଁଙ୍କ ଲିଖିତ ଛଅଟି ପୁସ୍ତକ ମନ ରଖ ମନେଇ,ଦେହକୁ ନେଇ କେତେକ ଭୁଲ ଧାରଣା, ବିଜ୍ଞାନ ମନ୍ଥନ, ସ୍ୱାସ୍ଥ୍ୟ ସରିତ, ସ୍ୱାସ୍ଥ୍ୟ ସମ୍ପଦ ଏବଂ ପିଲାମାନଙ୍କ ଚିଠି ଓ ଆଇଷ୍ଟାଇନଙ୍କ ଉତ୍ତର(ଅନୁବାଦ) ସୁକାନ୍ତ କିଶୋର ମହାନ୍ତିଙ୍କ ଲିଖିତ ଜନପ୍ରିୟ ବିଜ୍ଞାନ ଲେଖାର ଅଗ୍ର ପଥିକ କୁଳମଣି ଡଃ ଶିବଶଙ୍କର ନାୟକଙ୍କ ଲିଖିତ ପୁସ୍ତକ ସାଇଣ୍ଟିଫିକ ଇନସ୍ତ୍ତୃମେଣ୍ଟଳ ପ୍ରଫେସର ଭାରତୀ ବେହେରାଙ୍କ ଲିଖିତ ପୁସ୍ତକ ବୈଜ୍ଞାନିକଙ୍କ ରହସ୍ୟମୟ କାହାଣୀ, ଡଃ ଆଶୁତୋଷ ଦେବତାଙ୍କ ଲିଖିତ ପୁସ୍ତକ ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ, ସୌଭାଗିନୀ ରାୟଙ୍କ ଲିଖିତ ପୁସ୍ତକ ଚଢେଇ କଥା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା
ଏହି ଉତ୍ସବକୁ ପରିଚାଳନା କରିଥିଲେ ଡଃ ହେମନ୍ତ କୁମାର ପରିଡା ଓ ଅରବିନ୍ଦ କର l
ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବରେ ପ୍ରଫେସର ଡାକ୍ତର ନିମାଇଁ ଚରଣ ପରିଜାଙ୍କୁ “ହୀରକ ସ୍ମାରକୀ ସମ୍ମାନ” ଡାକ୍ତର ବରଦା ଚରଣ ମହାନ୍ତିଙ୍କୁ “ସୁବର୍ଣ୍ଣ ସ୍ମାରକୀ ସମ୍ମାନ”,ଡଃ ଦେବେନ୍ଦ୍ରନାଥ ସାହୁଙ୍କୁ “ରାୟ ସାହେବ ବନବିହାରୀ ମହାନ୍ତି ସମ୍ମାନ “,ପ୍ରଫେସର ଡାକ୍ତର ସୁରେନ୍ଦ୍ରନାଥ ସେନାପତିଙ୍କୁ “ଡାକ୍ତର ବିକ୍ରମ ଦାସ ସମ୍ମାନ” ଡଃ ଆଶୁତୋଷ ଦେବତାଙ୍କୁ “ବିନୋଦ କାନୁନଗୋ ବିଜ୍ଞାନ ବାଗ୍ମୀତା ସମ୍ମାନ”ପ୍ରଫେସର ଡାକ୍ତର ସୁଜାତା ମହାନ୍ତିଙ୍କୁ “ଡାକ୍ତର ମହାମାୟା ପଟ୍ଟନାୟକ ସ୍ମୃତି ସମ୍ମାନ”, ବିଜୟ ଶଙ୍କର ପାତ୍ରଙ୍କୁ “ନିମାଇଁ କିରଣ ବିଜ୍ଞାନ ପୁସ୍ତକ ପ୍ରକାଶକ ସମ୍ମାନ”,ଡଃ ଧରଣୀଧର ଜେନାଙ୍କୁ “ସୁକୁମାର-ସୁନନ୍ଦା ଜନପ୍ରିୟ ବିଜ୍ଞାନ ପୁରସ୍କାର”, କବିତା ପାଟଶାଣୀଙ୍କୁ “ଡାକ୍ତର ଗୋପାଳ ଚନ୍ଦ୍ର ପଟ୍ଟନାୟକ ସ୍ମୃତି ପୁରସ୍କାର ଡାକ୍ତର ନିତ୍ୟାନନ୍ଦ ସ୍ବାଇଁଙ୍କୁ “ପ୍ରଫେସର ଗୋପୀନାଥ ପ୍ରସାଦ ମହାନ୍ତି ପ୍ରତିଭା ପୁରସ୍କାର ଶ୍ରୀମତୀ ସୁଲୋଚନା ଦାଶଙ୍କୁ “କୁମୁଦିନୀ-ଗୋକୁଳାନନ୍ଦ ପରିବେଶ ପୁରସ୍କାର ଶ୍ରୀମତୀ ଧରିତ୍ରୀ ପାତ୍ରଙ୍କୁ “କୁମୁଦିନୀ ସ୍ମୃତି ପୁରସ୍କାର”ପ୍ରଫେସର ଡାକ୍ତର ପ୍ରତିଭା ସାମଲଙ୍କୁ “କବିରାଜ ରଘୁନାଥ ତ୍ରିପାଠୀ ସ୍ମାରକୀ ସମ୍ମାନ ପ୍ରଫେସର ଡାକ୍ତର ତାପସ ରଞ୍ଜନ ଷଡ଼ଙ୍ଗୀଙ୍କୁ “ଲାବଣ୍ୟ-ନିତ୍ୟାନନ୍ଦ ଭୂୟାଁ ସ୍ମାରକୀ ସମ୍ମାନ” ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l
ଏହି ଉତ୍ସବକୁ ଇଂ ଧୀରେନ୍ଦ୍ର କୁମାର ବିଶ୍ୱାଳ,ନିରଞ୍ଜନ ପାତ୍ର ଓ ଡଃ ଜ୍ୟୋତିର୍ମୟୀ ଉଦ୍ଗାତା ପରିଚାଳନା କରିଥିଲେ l
ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକ ଓ ଡଃ ଜ୍ୟୋତିଷ ଚନ୍ଦ୍ର ମହାନ୍ତି, ଡାକ୍ତର ସୁଲିପ୍ତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ସମ୍ପାଦକ ଡାକ୍ତର ଦୀପକ ରାଜ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଉପସଭାପତି ଡଃ ସୁବାସିନୀ ଲେଙ୍କା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l
ସଭାପତିଙ୍କ ଅଭିଭାଷଣ ପରେ ଯୁଗ୍ମ ସମ୍ପାଦକ ଶ୍ରୀମତୀ କବିତା ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ l
ଅପରାହ୍ଣରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନ ଡଃ ପ୍ରିୟତମା ଦେଓ ସ୍ମାରକୀ ବକ୍ତୃତା ସମାରୋହ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ରୀତା ପାଇକରାୟ ତାଙ୍କ ବକ୍ତବ୍ୟରେ ପଦାର୍ଥର ଚତୁର୍ଥ ଅବସ୍ଥା ପ୍ଲାଜମା ଓ ଏହାର ପ୍ରୟୋଗ ସମ୍ବନ୍ଧରେ ସ୍ମାର୍ଟ ବୋର୍ଡରେ ଅଡିଓ ଭିଜୁଆଲ ମାଧ୍ୟମରେ ବୁଝାଇଥିଲେ l
ଏହି ଉତ୍ସବରେ ପ୍ରଫେସର ଡଃ ଭାରତୀ ବେହେରା ସ୍ୱାଗତ ଭାଷଣ, ଅତିଥି ପରିଚୟ ସହିତ ସ୍ମାରକୀ ବକ୍ତୃତାର ଉଦ୍ଦେଶ୍ୟ କହିଥିଲାବେଳେ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ ସଭାପତିତ୍ବ କରିଥିଲେ l ଡଃ ଦେଓ ଜଣେ ଦକ୍ଷ ପଦାର୍ଥ ବିଜ୍ଞାନୀ ସହ ଦକ୍ଷ ପ୍ରଶାସକ ସହିତ ରେଭେନ୍ସା କଲେଜର ପ୍ରଥମ ଓ ଶେଷ ମହିଳା ଅଧ୍ୟକ୍ଷ ଥିଲେ ବୋଲି ବିଶିଷ୍ଟ ଭେଷଜ ବିଜ୍ଞାନୀ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ତାଙ୍କ ବକ୍ତବ୍ୟ ରେ କହିଥିଲେ l
ଡଃ ଶିବଶଙ୍କର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶେଷରେ କବିତା ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *