ବିଜେପିରେ ମିଶିଲା ଶିଖରପଲ୍ଲୀ ଗାଁ

ଛତ୍ରପୁର : ୧୨.୦୧.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତର ଶିଖରପଲ୍ଲୀ ଠାରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆଜି ଗାଁ କମିଟି ସହ ପୁରା ଗ୍ରାମବାସୀ ସମସ୍ତ ବିଜେଡି ଏଵଂ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ ସବକା ବିକାଶରେ ବିଶ୍ୱାସ କରି ଆଜି ବିଜେପିରେ ଯୋଗଦାନ କରିଥିବା କହିଛନ୍ତି ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ବିଜେଡି ସାଶନରେ ବିକାଶ ନାଁ ରେ କେବଳ ପ୍ରତିଶୃତି ମିଳିଥିବା ବେଳେ ଏବେ ବିଜେପିକୁ ବିଶ୍ୱାସ କରି ଛତ୍ରପୁର ବିଧାୟକଙ୍କ ନେତୃତ୍ୱରେ ବିଜେପିରେ ମିଶିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାରେ ଏବେ ପ୍ରତ୍ୟକ ନିର୍ବାଚନମଣ୍ଡଳୀରେ ଏବେ ବିଜେଡିରେ ବହୁ ବରିଷ୍ଠ ନେତୃ ମଣ୍ଡଳୀ ବିଜେପିରେ ଯୋଗଦାନ କରରୁଥିବା ବେଳେ ଆଉ ଅଳ୍ପ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିଜେଡି ଲୋପ ପାଇଯିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ ଆଜି ସକାଳୁ ବିଧାୟକ ଗ୍ରାମରେ ପହଂଚିବା ପରେ ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ ଗ୍ରାମବାସୀ ଏହା ପରେ ଗ୍ରାମ ମଧ୍ୟରେ ଆୟୋଜିତ ହୋଇଥିବା ଏକ ସଭାରେ ସମସ୍ତ ଗ୍ରାମବାସୀ ବିଜେପିରେ ସାମିଲ ହୋଇଥିଲେ ଛତ୍ରପୁର ବିଧାୟକଙ୍କ ସମେତସମ୍ପାଦକ ଲଷ୍ମୀ ପଣ୍ଡା, ପଦ୍ମ ଚାଁରଣ ସାହୁ,ଓବିସୀ ମୋର୍ଚା ସାଧାରଣ ସମ୍ପାଦକ ଶଙ୍କର ରେଡ୍ଡୀ, ବରିଷ୍ଠ ନେତା ପ୍ରଦୀପ ପାଢ଼ୀ, ଭିକାରି ପଲ୍ଲି ମଣ୍ଡଳ ସଭାପତି ପଦ୍ମ ପରିଡା, ଶ୍ରୀରାମଚନ୍ଦ୍ରପୁର ନେତା ରଘୁନାଥ ରେଡ୍ଡୀ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ ରାଉଳ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ବସନ୍ତ ବେହେରା, ପୂର୍ଵତନ ସମିତି ସଭ୍ୟ ଲଷ୍ମୀପୁର ଦୁର୍ଯ୍ୟାଧନ ରେଡ୍ଡୀ, ରୁଈନା ପଟ ନାୟକ , ମନୋଜ ରେଡ୍ଡୀ, ଟାଙ୍ଗଣପଲ୍ଲୀ ମଣ୍ଡଳ ସଭାପତି ସମ୍ପଦ ନାହାକ ଦଳୀୟ ଉତ୍ତରୀୟ ଦେଇ ସମସ୍ତଙ୍କୁ ଦଳକୁ ପାଛୋଟି ଆଣିଥିଲେ ସେହିପରି ସୁପ୍ରଶାନ୍ତ ପ୍ରଧାନ, ରତ୍ନାକର ନାହାକ, ସୁବାସ ପ୍ରଧାନ, ପିତାମ୍ବର ପ୍ରଧାନ, ବିଜୟ ନାହାକ,ସୋମନାଥ ନାହାକ,ଅଭିରାମ ନାହାକ, ନରସିଂହ ପ୍ରଧାନ,ବାବୁ ମହାନ୍ତି, ପ୍ରତାପ ପ୍ରଧାନ,ସନ୍ୟାସୀ ପ୍ରଧାନ, ଭଗବାନ ନାହାକ,ଅଶୋକ, ମୁନା ଙ୍କ ସମତେ ସମସ୍ତ ଗ୍ରାମବାସୀ ବିଜେପିରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *