ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର, ଉତ୍ତକ୍ତ ଲୋକଙ୍କ ରାସ୍ତାରୋକ

(ମିଥୁନ ବାରିକ୍)

ଗଞ୍ଜାମ : ଏକ ସିମେଣ୍ଟ ବୋଝଇ ଟ୍ରକର ବେପରୁଆ ଗାଡି ଚାଳନା ଯୋଗୁଁ ବାଇକରେ ଆସୁଥିବା ବାପ,ସାତ ବର୍ଷର ପୁଅ ମୃତ୍ୟୁ ଘଟିଥିବା ବେଳେ ମାଆ, ଗୁରୁତର ଆହତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ଏହି ଭଳି ଘଟଣା ଗଞ୍ଜାମ ବ୍ଳକ ଅନ୍ତର୍ଗତ ଅରୁଣପୁର ଗ୍ରାମରେ ଘଟିଥିବା ବେଳେ, ଉତ୍ତକ୍ତ ଲୋକେ ପୁରୀ -ଗଞ୍ଜାମ ରାସ୍ତା ଅବରୋଧ କରିଥିଲେ l ଘଟଣା ସ୍ଥଳରେ
ରମ୍ଭା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଜା କରିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l.
ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ତିଛିଣି ଗ୍ରାମର ମୋହନ ରାୟଗୁରୁ, ତାଙ୍କ ସ୍ତ୍ରୀ’ ଗାୟତ୍ରୀ ରାୟଗୁରୁ ଓ ପୁଅ ତ୍ରୟମ୍ବକମ୍ ଏକ ଟିଭିଏସ ଏକ୍ସଏଲ ଗାଡ଼ିରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକରେ ଥିବା ତାଙ୍କ ଶଶୁର ଘର ୟୁଡିଏସପୁର ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଅରୁଣପୁର ଗ୍ରାମ ନିକଟରେ ରମ୍ଭାରୁ ଆସୁଥ‌ିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେମାନେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା ।
ସେଠାରେ ତ୍ରୟମ୍ବକମ୍ ଙ୍କୁ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ବ୍ରହ୍ମପୁର ମେଡ଼ିକାଲରେ ବାପା ମୋହନ ରାୟଗୁରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ରମ୍ଭା ଓ ହୁମ୍ମା ଥାନା ପୋଲିସ୍ ପହଞ୍ଚି ତଦନୁ ଜାରି ରଖୁଛନ୍ତି । ଅନ୍ୟ ପଟେ ଅରୁଣପୁର ଗ୍ରାମ ନିକଟରେ ରାସ୍ତା ରୋକ କରାଯାଇଛି।

Leave a Reply

Your email address will not be published. Required fields are marked *