ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଶିକ୍ଷକ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ।

ଛତ୍ରପୁର : ୦୯.୦୧.୨୫

(ମିଥୁନ ବାରିକ୍)

ଛତ୍ରପୁର : ପ୍ରତ୍ୟେକ ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ଭାବରେ ଭରି ରହିଥାଏ ଅନେକ ଅନେକ ଅନ୍ତର୍ନିହିତ ଗୁଣାବଳୀ ‌ ଯାହାର ବିକାଶ ପାଇଁ ଶିଶୁଟିକୁ ପ୍ରାୟ ତିନି ବର୍ଷ ବୟସରୁ ଖେଳିବା ,ନାଚିବା,ଗୀତ ଗାଇବା ଭଳି ବିଭିନ୍ନ ପ୍ରକାରର କୈଶଳ ମାଧ୍ୟମରେ ପ୍ଳେ ସ୍କୁଲ ଭଳି ଶିକ୍ଷାନୁଷ୍ଠାନର ଶିକ୍ଷକ ମାନଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥାଏ ଯାହା ଅତ୍ୟନ୍ତ ନମସ୍ୟ ଓ ପ୍ରଶଂସନୀୟ । ଯେଉଁଥିରେ ଶିଶୁ ମାନଙ୍କ ଉଭୟ ମାନସିକ ଓ ଶାରିରୀକ ବିକାଶ ହେବା ସହିତ ଛୋଟ ବୟସରୁ ହିଁ ସେମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ କଳାର ବିକାଶ ପାଇଁ ଅନେକ ସହାୟତା ହେବା ସହିତ ସେମାନଙ୍କ ବିଚକ୍ଷଣ ପ୍ରତିଭାର ପରିପ୍ରକାଶ ହେଉଥିବା ଦେଖିବାକୁ ମିଳିଥାଏ। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁରୁ ଠାରେ ଅବସ୍ଥିତ ଜ୍ଞାନ ଜ୍ୟୋତି ପ୍ଳେ ଓ ପବ୍ଳିକ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏଭଳି ବକ୍ତବ୍ୟ ପ୍ରଦାନ କରିଥିଲେ ଅତିଥି ମାନେ । ଜ୍ଞାନଜ୍ୟୋତି ସ୍କୁଲର ଅଧ୍ୟକ୍ଷ ଆଲୋକ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଇଟିଭି ଭାରତର ବରିଷ୍ଠ ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ
ମୁଖ୍ୟବକ୍ତା ଭାବରେ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ମହାନ୍ତି , ସମ୍ମାନିତ ଅତିଥି ଭାବରେ ପୂର୍ବତନ ସମିତିସଭ୍ୟ ଜ୍ୟୋତି ରଞ୍ଜନ ସାହୁ ଏବଂ ସ୍ଥାନୀୟ ସମାଜସେବୀ ତଥା ବର୍ତ୍ତମାନର ସମିତିସଭ୍ୟ ପ୍ରତିନିଧି ଅଲିଅଳ ସେନାପତି ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମୋନାଲିସା ଦାଶଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନରେ ଶିଶୁ ମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପସ୍ଥିତ ସ୍ଥାନୀୟ ଅଭିଭାବକ ସମେତ ଅଞ୍ଚଳବାସୀ ମଜ୍ଜା ନେଇଥିଲେ। ଏପରିକି କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ପୁଜା ମହାପାତ୍ର,ଶିବାନୀ ସାହୁ , ଅର୍ପିତା ସାହୁ, ପଦ୍ମାଳୟା ଗୈଡ ଙ୍କ ସମେତ ବହୁ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *