
ଗଞ୍ଜାମ : ୦୯.୧.୨୫
(ମିଥୁନ ବାରିକ୍)
ଗଞ୍ଜାମ : ପୂର୍ବରୁ ବହୁ ସଂଗଠନ କରି ଦଳ କୁ ଆଗେଇ ନେଇଛନ୍ତି ଏବଂ ଦଳପାଇଁ ଅଧିକ କାମ କରି ଚର୍ଚ୍ଚାରେ ରହୁଥିଲେ ଟୁକୁନା ସାହୁ ଟୁକୁନା ଯେଉଁ ଭଳି ଦଳ ପାଇଁ କାମ କରୁଥିଲେ ତାହା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।ତାଙ୍କର ଏହି ଭଳି କର୍ମ କୁ ଆଜି ତାଙ୍କୁ ମଣ୍ଡଳ ସଭାପତି ଭାବେ ଦାୟିତ୍ଵ ତୁଲାଇବେ ବୋଲି ଦଳ ନିଷ୍ପତି ନେଇଛି । ଗଞ୍ଜାମ ବ୍ଲକ କୁଶପଲି ଗ୍ରାମର ବିଜେପି ଯୁବ ନେତା ଟୁକୁନା ସାହୁ ସନ୍ତୋଷପୁର ମଣ୍ଡଳ ସଭାପତି ଭାବେ ଚୟନ ହୋଇଛନ୍ତି।
ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଦଳୀୟ ସଂଗଠନ ପ୍ରତି ଗୁରୁତ୍ୱ ଦେବି ଏବଂ ତୃଣମୂଳସ୍ତରୀୟ କର୍ମୀଙ୍କ ସୁଖଦୁଃଖରେ ଯେତିକି ସାମିଲ ଥିଲି ତା ଠାରୁ ଅଧିକ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭାଜପା ଯୁବନେତା ଟୁକୁନା। ତାଙ୍କର ବଳିଷ୍ଠ ନେତୃତ୍ୱରେ ସେ ସନ୍ତୋଷପୁର ପଞ୍ଚାୟତରେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବିଭିନ୍ନ ସମୟରେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଟୁକୁନା ସାହୁ ସନ୍ତୋଷ ପୁର ମଣ୍ଡଳ ସଭାପତି ଭାବେ ଚୟନ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।