
କଟକ – ୨୬ – ୧୨ରିଖ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନିଆରା ପ୍ରୟାସ ନିଆରା କାର୍ଯ୍ୟକ୍ରମ ତୁଳସୀ ଦିବସ ପାଳନ କରାଯାଇଅଛି ଆମ ସାଥିରେ ଚାରିଟେବୁଲ କଟକ ତରଫରୁ । ଆଧୁନିୀକ ଯୁବପିଢୀ ବହୁତ ପଶ୍ଚ୍ୟାତକରଣ ହୋଇପଡ଼ିଲେନି , ତେଣୁ ଏକ ପାରମ୍ପାରିକ ସଚେତନତା ମୂଳକ କାର୍ଯ୍ୟକ୍ରମ, ତୁଳସୀ ମାହାତ୍ମ୍ୟ ଅଭିଯାନ ଆରମ୍ଭ କରିଅଛନ୍ତି ଆମ ସାଥୀରେ ପରିବାର । ଖ୍ରୀଷ୍ଟମାସ ଏବଂ ଇଂରାଜୀ ନୂତନ ବର୍ଷ ରେ କ୍ରିଷମାସ ଗଛକୁ ନେଇ ସେଲିବ୍ରେସନ କରିବା ପରିବର୍ତ୍ତେ ତୁଳସୀ ଗୁଣ ତୁଳସୀ ର ଉପକାର ବିଷୟରେ ବୁଝାଇବା ସହିତ କଟକ ସିଡିଏ -୬ ସ୍ଥିତ ଜୟ ପ୍ରକାଶ ନାରାୟଣ ଉଦ୍ୟାନ ଠାରେ ଶହେରୁ ଉର୍ଦ୍ଧ ତୁଳସୀ ଚାରା ଗଛ ବାଟୋଇ ଯାତ୍ରୀ ଙ୍କୁ ବଣ୍ଟନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ କଟକ ମୁକ୍ତି ସଙ୍ଗଠନ, ସୁଭାଷ ସଙ୍ଗଠନ, ରାଧା କୃଷ୍ଣ ଟ୍ରଷ୍ଟ ର କର୍ମ କର୍ତ୍ତା ମଧ୍ୟ ଖୁସୀର ସହିତ ଯୋଗ ଦେଇଥିଲେ।