କଟକ ସହରରେ ଭାଇଚାରା କୁ ଅଣ ଦେଖାକରିବା ?

କଟକ ତା ୨୬-୧୨ ରିଖ ଗାନ୍ଧୀ ଭବନ ଠାରେ ଆପଣ ମାନେ ଜାଣନ୍ତି କଟକ ମହାନଗର ନିଗମରେ ଗାତି ଶୃଙ୍ଖଳା ଅତୁଟ ରଖିବା, ବିଭିନ୍ନ ପୁଜା ପାର୍ବଣ ଶାନ୍ତି ଶୃଙ୍ଖଳା କର ପାଳନ କରିବା ଓ ନିଦାସନ ଅନୁଟ ରଖ‌ିବା ପାଇଁ ଦୀର୍ଘ ବର୍ଷ ହେବ ମହାନଗର ଶାନ୍ତି କମିଟି ନାମରେ ଏକ କମିଟି କାର୍ଯ୍ୟ କରୁଆସୁଛି କିନ୍ତୁ ପରୀତାପର ବିଷୟ ଏହି କମିଟିରେ ଜାତି, ଧର୍ମ, ବର୍ଦ୍ଧ ଓ ଲିଙ୍ଗ ନିର୍ବିଶେଷରେ ସବୁ ସଂପ୍ରଦାୟର ପ୍ରତିନିଧି ନାହାନ୍ତି । ଯାହାକି ଦୁଃଖ ପରୀତାପର ବିଷୟ ସମସ୍ତ କଟକ ସହର ସମନ୍ତ୍ର ଭାବେ ବିଶ୍ଵ ଦରବାରରେ ସମ୍ମାନିତ ହେଇଥିବା ବେଳେ ଆମ ସହରର ଭାଇଚାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ପରିପ୍ରେକ୍ଷୀରେ ସର୍ବ ଧର୍ମ ସମନ୍ୱୟ କମିଟି କଟକ ପକ୍ଷରୁ କଟକର ସମ୍ମାନନୀୟ ଜିଲ୍ଲା ପାଳ ତଥା କଟକ ମହାନଗର ପୂଜା କମିଟି ଓ ସଭାପତି ଦାବି ପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯେଉଁ ଦାବି ପତ୍ରରେ କଟକ ଶାନ୍ତି କମିଟିରେ ସବୁ ସଂପ୍ରଦାୟର ପ୍ରତିନିଧି ରଖା ଯିବାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ଗ୍ରହଣ ତତ୍ତ୍ବାବଧାନରେ ସହରରେ ବସବାସ କରୁଥିବା ସବୁ ସଂପ୍ରଦାୟର ପ୍ରତିନିଧି ନେଇ ଏକ ପୂର୍ଣ୍ଣାଙ୍ଗ ଶାନ୍ତି କମିଟି ଗଠନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯିବ । ଆମ କଟକ ସ‌ହରର ଭାଇଚାରା ସାରା ବିଶ୍ବର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ସର୍ବ ଧର୍ମ ସମନ୍ୱୟ କମିଟି ପକ୍ଷରୁ କଟକର ଏହି ମହତ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆପଣମାନଙ୍କ କାମନା ସହଯୋଗ କରୁଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ପାଇଁ
ପ୍ରଫେସର ଡାକ୍ତର ଶାମୀ ସଲିମ୍,ଆବାହକ ସର୍ବ ଧର୍ମ ସମନ୍ୱୟ କମିଟି। ଅନ୍ୟ ମାନଙ୍କ ମଧ୍ୟରେ ଶହିଦ ଇକ୍ରାମ ହୁସେନ,ରାମଜାନ ଖାଁ, ସଞ୍ଜୟ ବେହେରା,ହେମା ମଞ୍ଜରୀ ଭଞ୍ଜଦେଓ, ବେଞ୍ଚାମିନ୍ ଦାସ, ପ୍ରଭାତ ଭାଗ, ମୋଇନ ଖାଁ ସହିତ ସଞ୍ଜୀବ କୁମାର ସାମଲ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *