ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ଜାନୁୟାରି ୨୦ ପରେ ମଇଦାନକୁ ଓହ୍ଲାଇବ ବିଜେଡ଼ି ପଂଚାୟତ ସ୍ତରରେ ଲୋକଙ୍କ ସମସ୍ୟା ବୁଝିବେ ଦଳୀୟ ନେତା ଓ କର୍ମୀ

ରାୟଗଡ଼ା-କ.ପ୍ର -(ଅଜୟ ରଥ)ରାୟଗଡ ଜିଲା ବିଜେଡ଼ି ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ଗୁରୁବାର ରାୟଗଡ଼ା ଠାରେ ପାଳନ ହୋଇଯାଇଛି । ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜିଲା ବିଜେଡ଼ି ସଭାପତି ଏନ.ଭାସ୍କର ରାଓଙ୍କ ନେତୃତ୍ୱରେ ରାୟଗଡ଼ା ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟନାୟକ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲା ବିଜେଡ଼ି ଉପସଭାପତି ବିନାୟକ କର, ଚନ୍ଦ୍ରକାନ୍ତ ସାମଲ, ବି.ତିରୁପତି, ବିଜୁ ଯୁବ ଜନତା ଦଳର ସଭାପତି ଅବିନାଶ ବିଶୋଇ, ଜିଲା ମହିଳା ସଭାନେତ୍ରୀ ଶ୍ରମିତା ପାଢ଼ୀ, ବିଜୁ ମହିଳା ଜନତାଦଳ ରାଜ୍ୟ ଉପସଭାନେତ୍ରୀ ସୁଜାତା ପାଳ, ପପୁ ପ୍ରବୀଣ କୁମାର, କାଉନସିଲର ସନ୍ତୋଷ ଦଳାଇ, ସୁକାନ୍ତ ପରିଡ଼ା, ଗୋପୀନାଥ ଗୌଡ଼ ଓ ଶତାଧିକ କର୍ମୀ ଯୋଗଦେଇଥିଲେ । ଏହି ଅବସରରେ ସନ୍ଧ୍ୟାରେ ଜିଲା ସଭାପତି ଭାସ୍କରଙ୍କ ନେତୃତ୍ୱରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ଖବରଦାତା ସମ୍ମିଳନୀରେ ବିଜେଡ଼ି ଦଳ ଗଠନ ଏବଂ ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ ୨୪ବର୍ଷର ସୁଶାସନର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏଥି ସହିତ ଦଳ ସରକାରକୁ ଆସିବା ପରେ ୮୦୦୦ରୁ ୧୦ହଜାର ଟଙ୍କା ଋଣ ଆଣି କର୍ମଚାରୀଙ୍କୁ ଦରମା ଦେଉଥିଲେ । ତେବେ ବର୍ତମାନ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟର ବହୁତ ବିକାଶ ହୋଇପାରିଛି । ଯାହାର ଶ୍ରେୟ ଦଳର ନେତା ନବୀନ ପଟନାୟକ ଓ କର୍ମକର୍ତାଙ୍କୁ ଦେଇଛନ୍ତି । ଏଥି ସହିତ ଦଳ ୨୦୨୫ ଜାନୁୟାରି ୨୦ ତାରିଖ ପରେ ବିଜେଡ଼ି ଦଳର ନେତା ଓ କର୍ମୀମାନେ ପଂଚାୟତସ୍ତରରେ ଲୋକଙ୍କ ସମସ୍ୟା ବୁଝି ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଭାସ୍କର ରାଓ । ତତ ସହିତ ବର୍ତମାନ ରାୟଗଡ଼ା ସହର ଓ ବ୍ଲକ ସମେତ ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରତି ବିଜେଡ଼ି ନେତା ଓ କର୍ମୀମାନେ ସଂଗଠିତ ହୋଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଭାସ୍କର ରାଓ ।

Leave a Reply

Your email address will not be published. Required fields are marked *