ଚାଷୀ ମୁଣ୍ଡରେ ହାତ ଦେଇ ହତାଶ ,ବିଲର ଧାନ ବିଲରେ ରହିଲା । କହିଲେ ଚାଷୀ ।

ଛତ୍ରପୁର : ୨୬.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ବ୍ଲକ୍ ରେ ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ରେ ବେହାଲ୍ ହେଲା ଧାନ ଅମଳ । ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟ ରେ ବାଧକ ସାଜିଲା ବର୍ଷା । ଏହି ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ୍ ର ସମସ୍ତ ଅଞ୍ଚଳ ଚାଷୀ ଙ୍କ ବ୍ୟାପକ କ୍ଷୟ କ୍ଷତି ଆକଳନ କରାଯାଇଛି। ବର୍ତମାନ ଯେଉଁ ଭଳି ଭାବରେ ତୁହା କୁ ତୁହା ବର୍ଷା ହଉଚି ଅଧିକ ଜମିରେ ଧାନ ଗଜା ହୋଇଥିବା ଦେଖିବାକୁ ମିଳିଛି । ଏବେ ବି ଅଧିକାଂଶ ଚାଷୀଙ୍କ ଜମି ରେ ଧାନ ଭାସୁଥିବା ଜଣାପଡିଛି । ଗଞ୍ଜାମ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ବୁଲି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଜମି ଭିତର କୁ ଯାଇ ସ୍ଥାନୀୟ ଆର୍ ଆଇ ଙ୍କୁ ନେଇ କ୍ଷତି ଗ୍ରସ୍ତ ହୋଇଥିବା ଜମି ବୁଲି ଦେଖିଛନ୍ତି । ଅନ୍ୟପଟେ ବର୍ଷା ଯୋଗୁଁ କ୍ଷୟ କ୍ଷତି ର ଆକଳନ ପାଇଁ ଫସଲ ନଷ୍ଟ ଗଞ୍ଜାମ ତହସିଲ୍ ଦାର୍ ସୁକାନ୍ତ ଚନ୍ଦ୍ର ମିଶ୍ର ଏବଂ ବି ଡି ଓ ଅଚ୍ୟୁତା ନନ୍ଦ ଜାନୀ ମଧ୍ୟ କ୍ଷତି ଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିଛନ୍ତି । ଋଣ ଆଣି ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ଏବଂ ନିଜର ମୂଲ୍ୟ ବାନ୍ ସମୟ ନଷ୍ଟ ହୋଇଛି ,ଏବଂ ବିଲର ଧାନ ବିଲରେ ରହିଲା ବୋଲି ଚାଷୀ ମୁଣ୍ଡରେ ହାତ ଦେଇ କହିଛନ୍ତି ।

Leave a Reply

Your email address will not be published. Required fields are marked *