ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି – 2020କୁ ନେଇ ଆଲୋଚନା ଚକ୍ର l

ଚଣ୍ଡିଖୋଲ,୨୬/୧୨(କ ଵ୍ୟୁ)
ବଳରାମପୁର ସ୍ଥିତ ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟ, ଶିକ୍ଷା ବିଭାଗ ଦ୍ୱାରା ଆୟୋଜନ କରାଯାଇଥିବା ଆଲୋଚନାଚକ୍ର 
“ଜାତୀୟ ଶିକ୍ଷା ନୀତି 2020ରେ ଉଚ୍ଚ ଶିକ୍ଷାର ସାମଗ୍ରିକ ଦୃଷ୍ଟିକୋଣ ” ପ୍ରସଙ୍ଗକୁ ନେଇ ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ କବିତା ବିଶ୍ୱାଳଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ବକ୍ତା ଭାବରେ  ସମ୍ବଲପୁର ସ୍ଥିତ ପର୍ଶୁରାମ ମିଶ୍ର ଉନ୍ନତ ଅଧ୍ୟୟନ ଶିକ୍ଷା ପ୍ରତିଷ୍ଠାନନ ର ସହକାରୀ ପ୍ରାଧ୍ୟାପକ ଡ଼ଃ ଶସ୍ମିତା ଗାହIଣ  ଏବଂ ସ୍ୱତନ୍ତ୍ର ବକ୍ତା ଭାବରେ ଚଣ୍ଡିଖୋଲ ସ୍ଥିତ ବାବା ଭୈରବIନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ  ସ୍ନାତକତ୍ତର ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ ଦିଲ୍ଲୀପ କୁମାର ନାୟକ ଯୋଗ ଦେଇ ଜାତୀୟ ଶିକ୍ଷାନୀତି 2020 ରେ ଉଚ୍ଚଶିକ୍ଷାର ଉଦ୍ଦେଶ୍ୟ, ଗଠନ ପ୍ରଣାଳୀ, ବୈଶିଷ୍ଟ୍ୟ, ମୂଲ୍ୟାୟନ ସହିତ ଏହାର ଉପକାରିତା ଏବଂ ଆହ୍ୱାନକୁ ନେଇ ବିଷଦ ଆଲୋଚନା କରିଥିଲେ  l ଆଲୋଚନା ପ୍ରାରମ୍ଭରେ ଅତିଥି ମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଅନୁଷ୍ଠାନିକ ଭାବେ ଆଲୋଚନାର ଶୁଭାରମ୍ଭ କରାଯାଇଥିବା ବେଳେ ମହାବିଦ୍ୟାଳୟର ଅଧକ୍ଷା ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ l ବିଭାଗୀୟ ମୁଖ୍ୟ ଶ୍ରୀ ଗଗନ ବିହାରୀ ମିଶ୍ର ଆଲୋଚନା ର ଉଦ୍ଦେଶ୍ୟ ପ୍ରକାଶ କରିବା ସହ ଅଧ୍ୟାପିକା ସୁଶ୍ରୀ ଝିଲି ସେନାପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଗବେଷଣାଗାର ସହାୟିକା ଚରଣ ସେବକ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ l
ଉକ୍ତ ଆଲୋଚନାଚକ୍ର ରେ ସରସ୍ବତୀ ବସନ୍ତିଆ, ଶ୍ରୀଲେଖା ରାଉତ, ରୋଜାଲିନ ପରିଡା, ବିନି ରାଉତ, ଋତୁପର୍ଣ୍ଣା କାୟାସ୍ଥ ସୁଭଦ୍ରା ରାଉତ ପ୍ରମୁଖ ଛାତ୍ରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ମତବ୍ୟକ୍ତ କରିଥିଲେ l ଆଲୋଚନା ଚକ୍ର ରେ  ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ  ଶେଷରେ ନୃତ୍ୟ ଗୀତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋଚନା ଶେଷ ହୋଇଥିଲା l

Leave a Reply

Your email address will not be published. Required fields are marked *