ଗଞ୍ଜାମ ଏନଏସି ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ–ବିଜୁବାବୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ନେତା ଓ କର୍ମୀ

ଗଞ୍ଜାମ : ୨୬.୧୨.୨୪

(ମିଥୁନ ବାରିକ୍)

ଗଞ୍ଜାମ: ଗଞ୍ଜାମ ଏନଏସି ବିଜେଡି ପକ୍ଷରୁ 28 ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି l ଏହି ଅବସରରେ ସାମନ୍ତରା ସାହି ଷ୍ଟେସନ ରୋଡ଼ ସ୍ଥିତ ବିଜୁ ବାବୁଙ୍କ ପ୍ରତି ମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ନେତା ଓ କର୍ମୀ l ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା ନୀଳାଞ୍ଚଳ ବାରିକି, ସୁଦାମ ଚରଣ ଜେନା,ନିରଞ୍ଜନ ପରିଡା,ରଙ୍କନାଥ ପଲେଇ,ସନା ବେହେରା,ପପି ମଂହଙ୍ଗୁଡ଼, କାଉନ୍ସିଲର ଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l ବିଜୁବାବୁ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା l

Leave a Reply

Your email address will not be published. Required fields are marked *