ବିଜେଡ଼ି ର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ଚଣ୍ଡିଖୋଲ ୨୬/୧୨(କ ଵ୍ୟୁ) ପ୍ରଭାତ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ସୁଙ୍ଗୁଡ଼I ଗ୍ରାମପଞ୍ଚାୟତ ତରଫରୁ ଚଣ୍ଡିଖୋଲ ଛକଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି । ବିଜେଡ଼ି କର୍ମୀମାନେ ଏକ ଶୋଭଯାତ୍ରାରେ ଯାଇ ବିଜୁପଟ୍ଟନାୟକ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କଲାପରେ ପଞ୍ଚାୟତ ସଭାପତି ପ୍ରିୟବ୍ରତ୍ତ ଖିଲାର ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜିତ ହୋଇଥିଲା l ଏଥିରେ ବଡ଼ଚଣା ବ୍ଲକ୍ ବିଜେଡ଼ି ସଭାପତି ଅରବିନ୍ଦ ସାମଲ ୨୮ ବର୍ଷ ଧରି ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ଓଡ଼ିଶାକୁ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚିଥିଲା ମାତ୍ର ମିଛପ୍ରତିଶୃତି ଦେଇ ସରକାରଙ୍କୁ ଆସିଥିବା ବିଜେପି ଦଳ ତାର ନିର୍ବାଚନ ପ୍ରତିସୃତିରୁ ଓହରି ଯାଇ ଓଡ଼ିଶାରେ ଦରଦାମ ବୃଦ୍ଧି,ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ , ନାରୀ ନିର୍ଯାତନା ଆଦି ବୃଦ୍ଧି ପାଇବl ସହିତ ଓଡ଼ିଶା ବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆଗାମୀଦିନରେ ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ଏକତା ରଖି ପୁଣି ଆମ ପ୍ରିୟ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟ ମନ୍ତ୍ରୀ କରାଇବାକୁ ଆହ୍ଵାନ ଦେଇ ଥିଲେ। ୧୭ନମ୍ବର ଜୋନ ସଭାପତି ସଞ୍ଜୟ କୁମାର ସ୍ୱାଇଁଯୋଗଦେଇ ଡ଼ୁବୁରୀ ପାରାଦ୍ଵୀପ ରାସ୍ତା, ଚଣ୍ଡିଖୋଲ ବଜାର ର ଉନ୍ନତି ପାଇଁ ବଡ଼ଚଣା ବାସୀ ବିଜୁ ପଟ୍ଟନାୟକ ଙ୍କୁ ସବୁଦିନ
ମନେ ରଖିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଙ୍ଗୁଡ଼l ବସ୍ତିର ପୂର୍ବତନ ସର୍ଦ୍ଦାର ସେକ ସବିରୁଦ୍ଦିନ୍, ସମ୍ପାଦକ ରିୟାଯୁଦ୍ଦିନ ଖାଁ, ୱାର୍ଡ଼ ସଭ୍ୟ ବୈକୁଣ୍ଠରେ ସାହୁ, ପ୍ରସନ୍ନ ଚୌଧୁରୀ, ରଞ୍ଜନ ବାରିକ, ଦିପ୍ତି କାନ୍ତ ମlହଲା, ପ୍ରସନ୍ନ ସାହୁ, ମହମ୍ମଦ ଇମ୍ରlନ୍, ପ୍ରଭାତ କୁମାର ବିଶ୍ୱାଳ, ମନୋରଂଜନ ପଲେଇ, ସୁକାନ୍ତ ବିଶ୍ଵାଳ, ଶ୍ବେତ ରଞ୍ଜନ ବଳ,ଗୌରଙ୍ଗ ବେହେରା ପ୍ରମୁଖ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *