ଗାଁସାଥୀ ମାନଙ୍କୁ ସ୍ଥାୟୀ ନିଯୂକ୍ତି ଦେବା ଲାଗି ଦାବି କଲା ରାଜ୍ୟ ସଂଘ

ଛତ୍ରପୁର : ୨୫.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଗାଁସାଥୀ ମାନଙ୍କୁ ସ୍ଥାୟୀ ନିଯୂକ୍ତି ଦେବା ଲାଗି ରାଜ୍ୟ ଗାଁସାଥୀ (ମେଟ୍‌) ସଂଘ ମିଳିତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଛି । ଏନେଇ ଥିବା ସରକାରଙ୍କ ପୂର୍ବ ପ୍ରତିଶୃତି ପୂରଣ କରିବା ଆବଶ୍ୟକତା ରହିଥିବା ରାଜ୍ୟ ସଂଘର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ମଙ୍ଗଳବାର ଛତ୍ରପୁର ଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି । ଯୋଗ୍ୟତା ଅନୁସାରେ ଗାଁ ସାଥୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିତ ପ୍ରୋତ୍ସାହନର ବ୍ୟବସ୍ଥା କରିବା ଲାଗି ରାଜ୍ୟ କର୍ମଶାଳାରେ ଦାବି ହୋଇଥିଲା । ଏନେଇ ମୁଖମଂତ୍ରୀଙ୍କୁ ସ୍ମାରକପତ୍ର ପତ୍ର ପଠାଯାଇଥିବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ଠାକୁର ସୂଚନା ଦେଇଥିଲେ । ଗଂଜାମ ଜିଲାରେ ଥିବା ଗାଁସାଥୀ ମାନଙ୍କୁ ହତାଦାର କରି ବେନିୟମ ଭାବେ ଗାଁସାଥି ନିଯୁକ୍ତ କରି ସେମାନଙ୍କ ଜରିଆରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରାଯାଉଛି । ଏହାକୁ ବନ୍ଦ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗଂଜାମ ଜିଲା ସଂଯୋଜକ ହେମନ୍ତ ନାହକ କହିଛନ୍ତି । ଗାଁସାଥୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ, ସମାନ କାମକୁ ସମାନ ଦରମା, ମାସିକ ପ୍ରୋତ୍ସାହାନ ରାଶୀ ସମ୍ବନ୍ଧରେ ତୁରନ୍ତ ଆଲୋଚନା , ଗାଁସାଥିଙ୍କୁ ବୟସ କୋହଳ କରି ବିଭିନ୍ନ୍ ବିଭାଗରେ ଯୋଗ୍ୟତା ଭିତିରେ ନିଯୁକ୍ତି ଦେବା ଏବଂ ନଭେମ୍ବର ମାସରେ ସରକାରଙ୍କ ଦ୍ୱାରା ଏଥିପାଇଁ ଦିଆଯାଇଥିବା ପ୍ରତିଶୃତି କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି ହୋଇଛି । ଆହୁରି କୁହାଯାଇଛି ଯେ ଗଂଜାମ ଜିଲା ପାଇଁ ଏକ ସଂଯୋଜନା କମିଟି ଗଠନ ହୋଇଛି । କମିଟି ର ଆବାହକ ଭାବେ ଜନକ ମହାରଣା, ସଂଯୋଜକ ଭାବେ ହେମନ୍ତ ନାହକ ଓ ଉପଦେଷ୍ଟା ମଣ୍ଡଳୀ ଭାବେ ଓକିଲ ଗିରୀଶଚନ୍ଦ୍ର ଶତପଥି, ନିକୁଂଜ ମହାରଣା,ଯୁଧିଷ୍ଠିର ରେଡ୍ଡୀ, ଦଣ୍ଡପାଣି ଦାସ, ମନୋଜ ଆଚାର୍ଯ୍ୟ, ବିଦ୍ୟାଧର ପ୍ରଧାନ ଓ ସଂଜୟ କାମ୍ପଙ୍କୁ ମନୋନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *