ସାମ୍ବାଦିକ ଙ୍କ ସହ ବାଜପେୟୀ ଙ୍କ ଜୟନ୍ତୀ ପାଳିଲେ ଛତ୍ରପୁର ବିଧାୟକ ।

ଛତ୍ରପୁର : ୨୫.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଭାଜପା ପକ୍ଷରୁ ପାଳିତ ହୋଇଯାଇଛି ଏହି ଉପଲକ୍ଷେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବାଣ୍ଟିଲେ ଥିଲେ | ପରେ ଛତ୍ରପୁର ପ୍ରେସ କ୍ଲବ ରେ ନିର୍ବାଚନମଣ୍ଡଳୀୟ ସ୍ତରୀୟ ସାମ୍ବାଦିକ ଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବିଧାୟକ ଯୋଗଦେଉ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ ଛତ୍ରପୁର ନିର୍ବାଚନମଣ୍ଡଳୀ ର ବିକାଶ ଲାଗି ବିଧାୟକ ସାମ୍ବାଦିଜ ଙ୍କ ସହଯୋଗ କାମନା କରିଥିଲେ ଛତ୍ରପୁର ପ୍ରେସ କ୍ଲବ ର ସମ୍ମିଳନୀ ଗୃହ ନିର୍ମାଣ ପାଇଁ ବିଧାୟକ ତାଙ୍କ ନିଜସ୍ୱ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ମଂଜୁର କରିଥିବା ନେଇ ସେ ସୂଚନା ଦେଇଥିଲେ , ଏନେଇ ପ୍ରେସ କ୍ଲବ ପକ୍ଷରୁ ବିଧାୟକ ଙ୍କୁ ସାଧୁବାଦ ଜଣାଯାଇଥିଲା ବୈଠକରେ ଛତ୍ରପୁର ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର ନାଥ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ସଂଯୋଜନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘ ର ଉପଦେଷ୍ଟା ତଥା ପୂର୍ବତନ ସଙ୍ଘ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସଙ୍ଘ ଉପସଭାପତି ସନ୍ତୋଷ କୁମାର ମିଶ୍ର, ସଭ୍ୟ ସୁଧୀର କୁମାର ନାହାକ ସମ୍ଭାଷଣ ରଖିଥିଲେ ଶେଷରେ ସଙ୍ଘ ର କୋଷାଧ୍ୟକ୍ଷ କେ. ସତ୍ୟ ନାରାୟଣ ରେଡ୍ଡୀ ଧନ୍ୟବାଦ ଦେଇଥିଲେ ଏଥିରେ ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଅଂଚଳ ର ସାମ୍ବାଦିକ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *