ଚଣ୍ଡିଖୋଲ୨୪/୧୨(କଳିଙ୍ଗ ପ୍ରଭା) ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ ଆନୁକୁଲ୍ୟରେ ଯାଜପୁର ଜିଲ୍ଲାରେ ଚେସ ଖେଳର ପ୍ରଚାର ପ୍ରସାର କରିବା ପାଇଁ ଯାଜପୁର ଜିଲ୍ଳା ଓପନ୍ ଚେସ ପ୍ରତିଯୋଗିତା ୨୦୨୪ଡିସେମ୍ବର ୨୮ରୁ ୨୯, ପର୍ଯ୍ୟନ୍ତ ଚଣ୍ଡିଖୋଲ ସ୍ଥିତ ନୁଆ ସୁଙ୍ଗୁଡ଼l ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହେବ। ଏହି ପ୍ରତିଯୋଗିତା ସୁଇସ୍ ଲିଗ୍ ଫର୍ମାଟ ରେ ୭ରାଉଣ୍ଡ ବିଶିଷ୍ଟ ହେବ। ଶୀର୍ଷ ୧୦ଜଣ ପ୍ରତିଯୋଗୀଙ୍କୁ ୧୫ହଜାର ଟଙ୍କାର ପୁରସ୍କାର ରାଶି ସହ ମୋଟ୍ ୬୦ଟି ଟ୍ରଫି ପ୍ରଦାନର ବ୍ୟବସ୍ଥା ରହିଛି। ଶ୍ରେଷ୍ଠ ମହିଳା , ଶ୍ରେଷ୍ଠ ଭିନ୍ନକ୍ଷମ ଙ୍କ ସହ ବିଭିନ୍ନ ବୟସ ବର୍ଗ ର ଖେଳାଳୀ ସହିତ ନୂଆ ସୁଙ୍ଗୁଡl ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶୀର୍ଷ ୫ଜଣକୁ ପୁରସ୍କୃତ କରାଯିବ। ଅଲ ଓଡ଼ିଶା ଚେସ ଆସୋସିଏସନ୍ ସ୍ଵୀକୃତି ପ୍ରାପ୍ତ ଏହି ପ୍ରତିଯୋଗିତା ଲାଗି ପ୍ରବେଶିକା ଦେୟ ୫୦୦ଟଙ୍କା ରଖା ଯାଇଥିବା ବେଳେ ସମସ୍ତ ପ୍ରତିଯୋଗିଙ୍କ ପାଇଁ ଫ୍ରି ଲଞ୍ଚ ବ୍ୟବସ୍ଥା ରହିଛି। ଏହି ପ୍ରତିଯୋଗିତାରେ କେବଳ ଯାଜପୁର ଜିଲ୍ଲା ର ଖେଳାଳୀ ମାନେ ଅଂଶ ଗ୍ରହଣ କରିପାରିବେ ବୋଲି ସଭାପତି ଚୈତନ୍ୟ ଚରଣ ଜେନା ଜଣାଇ ଛନ୍ତି। ଆଗ୍ରହୀ ଖେଳାଳୀ ମାନେ କାର୍ଯ୍ୟକାରୀ କମିଟିର ସଦସ୍ୟ ସତ୍ୟବ୍ରତ କର, ମୋବାଇଲ ନମ୍ବର ୬୩୭୧୦୮୩୩୧୪କିମ୍ବା ସମ୍ପାଦକ ମନୋଜ କୁମାର ପରିଡା ମୋବାଇଲ୍ ନମ୍ବର୍ ୯୮୬୧୨୪୧୬୨୧ଙ୍କ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରଯାଇଛି।