
ଚଣ୍ଡିଖୋଲ,୨୩/୧୨(କଳିଙ୍ଗ ପ୍ରଭା),ଅବସରକୁ ୟା’ ଭିତରେ ପୁରି ସାରିଲାଣି ଚାରିବର୍ଷରୁ ଉର୍ଦ୍ଧ୍ବ ସମୟ! ହେଲେ ଅଦ୍ୟାବଧି ଉର୍ଦ୍ଧୁ ଶିକ୍ଷକଙ୍କୁ ମିଳୁନାହିଁ ପୂର୍ବ ବକେୟା ଦରମା ଓ ଅବସର କାଳିନ ଅନ୍ୟାନ୍ୟ ସହାୟତା! ଫଳରେ ପରିବାର ସହ ଦୁଖ ଓ ଯନ୍ତ୍ରଣାରେ ବିତୁଛି ସେହି ଶିକ୍ଷକଙ୍କ ଜୀବନ! ଏହି ଦୁଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଳକର ସୁଙ୍ଗୁଡା ଗ୍ରାମର ସେକ ଅବଦୁଲ ରଜାକଙ୍କ ପରିବାରରେ! ଦୀର୍ଘ ୩୭ ବର୍ଷ କାଳ ଶିକ୍ଷକତା କରି ଅବସର ନେଇଥିବା ଉର୍ଦ୍ଦୁ ଶିକ୍ଷକ ଶେଖ ଅବଦୁର ରଜାକଙ୍କୁ
ଆଜି ପର୍ଯ୍ୟନ୍ତ ତାଙ୍କ ଚାକିରୀକୁ ନିୟମିତ ପୂର୍ବକ ପୂର୍ବ ବକେୟା ଦରମା ମିଳି ପାରିନାହିଁ ! ଫଳରେ ଆର୍ଥିକ ଅନାଟନରେ ରହି ଅବଦୂଲ ରଜାକ ରୋଗାକ୍ରାନ୍ତ ଅବସ୍ଥାରେ ଏବେ ଦୟନୀୟ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି ! ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର ଦିବାକର ନୋଡାଲ
ଉ ପ୍ରା ବିଦ୍ୟାଳୟ ଗତ ୧୯୬୪ରେ ପ୍ରତିଷ୍ଠା କରାଯାଇ ଗତ ୧୯୬୫ରେ ସରକାରୀ ସ୍ୱୀକୃତୀ ଲାଭ କରିଥିଲା ! ପରେ ଏହି ବିଦ୍ୟାଳୟ ୨୦୦୩ରେ ନୋଡାଲ ବିଦ୍ୟାଳୟକୁ ଉନ୍ନତ ହୋଇଥିଲା ! ଏହି ବିଦ୍ୟାଳୟର ପରିଚାଳନା କମିଟି ସେକ ଅବଦୂର ରଜାକଙ୍କୁ ଗତ ୧୯୮୩ରେ ଏହି ବିଦ୍ୟାଳୟରେ ଉର୍ଦ୍ଦୁ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ ! ୨୦୧୧ ମସିହାରେ ସରକାର ତାଙ୍କୁ ସେତେବେଳେ ଚୁକ୍ତି ଭିତ୍ତିକ ଶିକ୍ଷକ ଭାବେ ମଧ୍ୟ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ! ସେହିଦିନ ଠାରୁ କ୍ରମାଗତ ଭାବେ ଦୀର୍ଘ ୩୭ ବର୍ଷ ଧରି ସେ ଏଠାରେ ଶିକ୍ଷାଦାନ କରିଥିଲେ ମଧ୍ୟ ତାଙ୍କୁ ନିୟମିତ କରାଗଲା ନାହିଁ ! ଏହାରି ଭିତରେ ୨୦୨୦ରେ ସେ ଚାକିରିରୁ ଅବସର ନେଇଥିଲେ ! ତେବେ ତାଙ୍କୁ ଚୁକ୍ତି ଭିତ୍ତିକ ଶିକ୍ଷକ ଭାବେ ମାସିକ ମାତ୍ର ୫୨୦୦ ଟଙ୍କା ଦରମାରୁ ଆରମ୍ଭ କରାଯାଇ ମାତ୍ର ଦୁଇ ତିନି ମାସ ପର୍ଯ୍ୟନ୍ତ ୭୪୦୦ ଟଙ୍କା ଦରମା ଦିଆଯାଇଥିଲା ! ଏହା ପରେ ସେ ଅବସର ନେଇଥିଲେ ! ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଶିକ୍ଷକଙ୍କ ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରାଯିବା କଥା ! ହେଲେ ଅବଦୂର ରଜାକ ଚୁକ୍ତି ଭିତିକ।ଶିକ୍ଷକ ଭାବେ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ ଚାକିରୀ କରି ସାରିଥିବା ପରେ ବି ତାଙ୍କୁ ନିୟମିତ କରାଯାଇ ନଥିଲା! ଯାହାକୁ ନେଇ ସେ ପ୍ରଶ୍ନ କରିଛନ୍ତି ! ଏନେଇ ନ୍ୟାୟ ପାଇବା ପାଇଁ ସେ ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ ଅଧିକାରୀ,ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ସୁଫଳ ମିଳିପାରି ନଥିବା ଅତି ଦୁଃଖର ସହିତ କହିଛନ୍ତି ! ବିନା ଦରମାରେ ଜଣେ ଶିକ୍ଷକ ଏତେ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ ମଧ୍ୟ ତାଙ୍କୁ କାହିଁକି ନିୟମିତ କରାଗଲା ନାହିଁ ତହା ଶିକ୍ଷା ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ! ତୁରନ୍ତ ଶିକ୍ଷା ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣକରି ତାଙ୍କୁ ନିୟମିତ ଆଧାରରେ ବକେୟା ଦରମା ସହ ଅବସର କାଳିନ ସମସ୍ତ ସହାୟତା ପ୍ରଦାନ କରିବାକୁ ଅବଦୂର ରଜାକ ଦୃଢ଼ ଦାବି କରିଛନ୍ତି ! ନଚେତ ସେ ପରିବାର ସହ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି!