ପାରାଦୀପ ରେ ଭାରତିୟ ଜନତା ପାର୍ଟିର କର୍ମ କର୍ତ୍ତା ସମ୍ମିଳନୀ l

ପାରାଦ୍ଵୀପ ରେ ଭାରତୀୟ ଜନତା ପାର୍ଟିର ତରଫରୁ ଜିଲ୍ଲା କର୍ମ କର୍ତ୍ତା ସମ୍ମିଳନୀ ଅନୁଷ୍ଠିତ କରାଯାଇ ଥିଲା l. ଏଥିରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଥିଲେ l ଏହି ଅବସର ରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ରେ ପାରାଦ୍ଵୀପ ରେ କହିଥିଲେ ପୂର୍ବ ଦ୍ବୟ ର ବିକାଶ ପାରାଦ୍ଵୀପ ରୁ ହେବ। ଯାହା ଆଜି ସାକାର ହେବାକୁ ଯାଉଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦ୍ଵୀପ ରେ ଅନୁଷ୍ଠିତ ଜିଲ୍ଲା କର୍ମକର୍ତ୍ତା ସମ୍ମୀଳନୀରେ ଯୋଗଦେବା ଅବସରରେ ପ୍ରକାଶ କରିଛନ୍ତି। ଜିଲ୍ଲାର ଦୁଇଟି ବିଧାନସଭା ଓ ଲୋକସଭା ଆସନ ସମେତ ସମଗ୍ର ଜିଲ୍ଲାରେ ବିଜେପିକୁ ଲୋକେ ଆଶିର୍ବାଦ କରିଛନ୍ତି। ତେଣୁ ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ରେ ଓଡ଼ିଶା ର ବିକାଶକୁ ତ୍ବରାନ୍ବିତ କରାଯାଉଛି। ବନ୍ଦରର ଦକ୍ଷତା ବଢ଼ିଛି ଏବଂ ଆଇଓସିଏଲ ସମେତ ମେଗା ପେଟ୍ରୋକେମିକାଲ ପ୍ରକଳ୍ପ ଯେକୋୖଣସି ସମୟରେ ଆରମ୍ଭ ହେବର ମୁହୂର୍ତ୍ତରେ ପହଞ୍ଚିଛି। ଗତ ସରକାର ସମୟରେ ଆଇଓସିଏଲ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିଲା ତାହା ହୋଇପାରିନଥିଲା କିନ୍ତୁ ବର୍ତମାନ ତାହା ସମ୍ଭବ ହେବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି। ଏହି କର୍ମକର୍ତ୍ତା ସମ୍ମୀଳନୀରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ। ଏକ ବିଶାଳ ରାଲିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ମିଳନୀ ନିକଟକୁ ପାଛୋଟି ନିଆଯାଇଥିଲା। ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *