ସଂଗଠନକୁ ସୁଦୃଢ କରିବା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିଜେପି କର୍ମୀଙ୍କୁ ପରାମର୍ଶ ଓ ଯାଦବ ଭବନ ଉଦ୍ଘାଟିତ

କେସିଙ୍ଗା ତା ୨୩.୧୨.୨୪

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ବିଜେପି କର୍ମୀମାନଙ୍କୁ ଆଜି ଏକ ଗୁରୁମନ୍ତ୍ର ଦେଇଥିବା ଜଣାପଡିଛି। କିପରି ସଙ୍ଗଠନ ସୁଦୃଢ଼ ହେବା ସହିତ ଦୀର୍ଘଦିନ ପରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବ ସେ ବିଷୟରେ ମତବ୍ୟକ୍ତ କରିଥିଲେ।ସମସ୍ତ କର୍ମୀ ଏକଜୁଟ ହୋଇ ରାଜ୍ୟକୁ ସୁଶାସନ ଚଳାଇବା ସହ ପଶ୍ଚିମ ଓଡ଼ିଶାରେ କିପରି ଦାଦନ ଶ୍ରମିକ ହଟାଯିବ ସେନେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘବର୍ଷରୁ ଡବଲ ଇଞ୍ଜିନ ସରକାର ପାଇଛୁ, ଠିକ୍ ଭାବେ ମିଳିମିଶି କାମ କରିବା ପାଇଁ କର୍ମୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ ସୁଭଦ୍ରା ଯୋଜନା ରେ ୮୦ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା କରାଯାଇଛି ଓ 15 ଲକ୍ଷ୍ୟ ଅଭେଦ ରାସନ କାର୍ଡ ହିତାଧିକାରୀ ଅଛନ୍ତି | ସମସ୍ତ କର୍ମୀଙ୍କୁ ଠିକ୍ ଭାବେ କାମ କରିବା ମନୋବୃତ୍ତି ରଖନ୍ତୁ ଏବଂ ଭାଜି ସାଗକୁ ଖୁଟି ଖାଅ ବୋଲି କର୍ମୀମାନଙ୍କୁ ମନ୍ତ୍ରଦେଇଥିଲେ। ରାଜ୍ୟରେ ବିଜେଡିର ଏଗ୍ରିମେଣ୍ଟ କୁ ବଦଳାଇବା ମୁସ୍କିଲ ବୋଲି ମନ୍ତ୍ରୀ କହିଥିଲେ। ବିଜେଡି ଶାସନର ଚାପ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରହୁଛି ବୋଲି ମଧ୍ୟ ପ୍ରକାଶ କରିଥିଲେ। ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କର୍ମୀମାନଙ୍କୁ କହିଥିଲେ। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହର ସ୍ଥିତ ବଗାଡ଼କୁ ଯାଇ ଯାଦବ ଭବନ ଉଦ୍ଘାଟନ କରିଥିଲେ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବଗାଡ ୱାର୍ଡ ନ ୨ ରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଯାଦବ ଭବନ କୁ ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିଲେ। ଏଠାରେ ପ୍ରକାଶ ଥାଉ କି ଯାଦବ ଭବନ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ପୂର୍ବତନ ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ ୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟ ଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, ଜିଲ୍ଲା ଯାଦବ ସଭାପତି ତଥା କେସିଙ୍ଗା ନଗରପାଲ ନୃପରାଜ୍ ଯାଦବ,କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି,ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, କେସିଙ୍ଗା ବ୍ଲକ ଯାଦବ ସଭାପତି ପାନାଲାଲ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ଯାଦବ ସମାଜ ପକ୍ଷ ରୁ କେସିଙ୍ଗା ରେ ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ଥିବାରୁ ଏକ ଯାଦବ ଅତିଥି ଭବନ ନିର୍ମାଣରେ ସହଯୋଗ କରିବା ପାଇଁ ମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ କରିଥିଲେ। ପରେ ଭବନ ଉଦ୍ଘାଟନ ପରେ ମନ୍ତ୍ରୀ ରବି ନାରାୟଣ ନାଏକ କେସିଙ୍ଗା ବ୍ଲକ ସଦଭାବନା ଗୃହ ଠାରେ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇ ଥିଲା। ପଞ୍ଚାୟତ ସମିତି ରେ ଜିଲା ର ୧୩ଟି ବ୍ଲକ ର ବିଡ଼ିଓ ଏବଂ ବିଭିନ୍ନ ଲାଇନ୍ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ। ପରିଶେଷରେ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ସ୍ଥଳକୁ ଯାଇଥିଲେ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *