ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଅନୁଷ୍ଠାନ ପକ୍ଷରୁ କମ୍ବଳ ବଣ୍ଟନ

କଟକ ୨୩-୧୨ରିଖ ସାରାଦେଶରେ ଶୀତରେ କମ୍ଫୁଥିବା ସମୟରେ ଆଜି ସାହାଯ୍ୟର ହାତ ବଢ଼ାଇ ଦେଇଛି ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଅନୁଷ୍ଠାନର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ଓ ଦୀନ‌ ଦରିଦ୍ର ବନ୍ଧୁ ଶ୍ରୀ ଶଶଧର ପଣ୍ଡା ଆଜି ପାଗ ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରେ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ବିତରଣ କରିଥିଲ। ଛାତ୍ର ଜୀବନ କାଳରୁ ଚାକିରୀ କ୍ଷେତ୍ରରେ ମଧ୍ୟରେ ସାହାଯ୍ୟ କରିବା ରେ କ୍ଷେତ୍ରରେ କେବେ ସେ ପଛକୁ ଚାହିଁ ନାହାଁନ୍ତି। ସ୍ଥାନୀୟ ଅଧିବାସୀ ମାନଙ୍କୁ ନେଇ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚନ୍ୟାୟାଳୟ ଅବସରପ୍ରାପ୍ତ ସୁପରିଟଣ୍ଟେ କେଶବ ଚନ୍ଦ୍ର ରାଉତ,ପରମାନନ୍ଦ ମୁଦୁଲି, ରାମଚନ୍ଦ୍ର ପାଢୀଙ୍କ, ଅବସର ପ୍ରାପ୍ତ ଶିକ୍ଷାବିତ ସରୋଜିନୀ ଦେବୀ, ସବିତା ସାହୁ ସହିତ ଅନେକ କର୍ମ କର୍ତ୍ତା ଯୋଗଦେଇ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ଶଶଧର ପଣ୍ଡା ଉପସ୍ଥିତ ରହି ଗ୍ରାମର ଅଧିକାଂଶ ଅଶାୟ ବୃଦ୍ଧା ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ସହିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *