ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡ-(କ.ପ୍ର)ଅଜୟ ରଥ -ପଦ୍ମପୁର ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲା ମଙ୍ଗଳ ଅଧ ଅଧୂକାରୀ ଅସୀମା ରାଓ, ସମ୍ମାନିତ ଅତିଥି ପଦ୍ମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ, ପଦ୍ମପୁର ତହସିଲଦାର ଶଙ୍କର ବାଗ, ମୁଖ୍ୟବକ୍ତା ଗୁଣପୁର ସରକାରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ଶଶୀଭୂଷଣ ମହାନ୍ତି, ନିମନ୍ତ୍ରିତ ଅତିଥ୍ ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ପଦ୍ମପୁର ସରପଞ୍ଚ ପ୍ରକାଶ କଣ୍ଡାଗରୀ ପ୍ରମୁଖ ମଞ୍ଚାସୀନ ହୋଇଥିଲ | ଅନୁଷ୍ଠାନର ସଭାପତି ପୂର୍ଣ୍ଣବାସୀ ପାଣିଗ୍ରାହୀ ସଭା ପରିଚାଳନା କରିଥିଲ | ଶୀଶୁ ମନ୍ଦିରର ସମ୍ପାଦକ ସୁନୀଲ ମିଶ୍ର ଅତିଥ୍‌ଙ୍କ ପରିଚୟ ଦେଇଥିଲେ | ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ରାଧାକୃଷ୍ଣ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲ | ପୂର୍ବରୁ ଅନୁଷ୍ଠିତ ଜେଜେ ବାପା ଓ ଜେଜେ ମା’ଙ୍କ ସମ୍ମିଳନୀ, ବାର୍ଷିକ କ୍ରୀଡ଼ା, ସରକାରୀ ବୃଦ୍ଧି, ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ଶିଶୁ ଭାଇଭଉଣୀଙ୍କୁ ଅତିଥୀଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଅନୁଷ୍ଠାନର ଶିଶୁମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I ଅନୁଷ୍ଠାନର ସହ ସାମ୍ପଦକ ଡ. ଅରୁଣ କୁମାର ସିଂହ, ସାନ୍ତୁନୁ ଦାସ ଓ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲ | ଶିଶୁ ମନ୍ଦିରର କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *