ହୋପ-ଏଜ ଟ୍ରଷ୍ଟ ର ସେବାକାର୍ଯ୍ୟ

କଟକ ତା-୨୨/୧୨/ ମର୍କତ ନଗର ସେକ୍ଟର ୭ସ୍ଥ ହୋପ-ଏଜ ଟ୍ରଷ୍ଟ ପକ୍ଷରୁ ବାଙ୍କୀ-ଡମପଡାସ୍ଥିତ ଇନ୍ଦୁମତୀ ପାଟଣା ର ବରିଷ୍ଠ ନାଗରିକ ନିବାସ ଠାରେ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟ ର କାର୍ଯ୍ୟକର୍ତା ଓ ସଦସ୍ୟ ମାନେ ନିବାସ ଅନ୍ତେବାସୀ ଓ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କ ସହିତ ଭାବ ର ଆଦାନ କରିବା ସହ ସେମାନଙ୍କ ସୁଖ ସମୃଦ୍ଧି କାମନା କରିଥିଲେ l ନିବାସ ର ସମ୍ପାଦକ କେଶବ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ଅନ୍ତେବାସୀ ଙ୍କୁ ଚାଦର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ଏ ଭଳି ସାହାଯ୍ୟ ଓ ସହଯୋଗ ପାଇଁ ଶ୍ରୀ ବେହେରା ହୋପ-ଏଜ ର କର୍ମକର୍ତାଙ୍କୁ କୃତଜ୍ଞତା ଜଣାଇଥିଲେ l ଟ୍ରଷ୍ଟି ଡ଼ଃ ସତ୍ୟ ରାୟ, ଡାକ୍ତର ଜି. ବି. ସାହୁ, ସମ୍ପାଦକ ରଂଜିତ ସାହୁ, ପୃଷ୍ଟପୋଷକ ଉତ୍କଳ ଭୂଷଣ ରାଉତରାୟ, କେଦାର ନାଥ ଜାଲି, ବୃନ୍ଦାବନ ଚନ୍ଦ୍ର ହୋତା, ଡମପଡା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ରଣା, ଆର. ଏନ. ମିଶ୍ର, ସବିତା ରାଉତରାୟ, ସସ୍ମିତା ଦେବତା ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଶେଷରେ ଉତ୍କଳ ଭୂଷଣ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *