
ଛତ୍ରପୁର : ୨୧.୧୨.୨୪
(ମିଥୁନ ବାରିକ୍)
ଛତ୍ରପୁର : କଂଗ୍ରେସର ବରିଷ୍ଠନେତା ତଥା ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡୀଙ୍କ ଆଜି ଦେହାନ୍ତ ଘଟିଛି l ଖବର ପାଇ
ଗଞ୍ଜାମ ବ୍ଳକ ଅନ୍ତର୍ଗତ ସାନ କାଇଞ୍ଚପୁର ଗ୍ରାମସ୍ଥିତ ନିଜ ବାସ ଭବନରେ
ଦଳବଳ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକେ ତାଙ୍କର ଶେଷ ଦର୍ଶନ ପାଇ ଭିଡ଼ ଜମିଥିଲା l ଗତକାଲି ରାତିରେ ହଟାତ ଅସୁସ୍ଥ ହୋଇ ପଡିବାରୁ, ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତି ହୋଇଥିବା ବେଳେ, ଆଜି ତାଙ୍କର ଦେହାନ୍ତ ହୋଇଥିଲା l
ସାନଖେମୁଣ୍ଡି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ରମେଶ ଜେନା, ଛତ୍ରପୁର କଂଗ୍ରେସ ବିଧାୟକ ପାର୍ଥୀ ଭାଗିରଥି ବେହେରା,
,ଛତ୍ରପୁର ବିଧାୟକ ତଥା ବିଜେପି ନେତା କୃଷ୍ଣ ଚନ୍ଦ୍ର ନାୟକ,କଂଗ୍ରେସ ଗଞ୍ଜାମ ନଗର ସଭାପତି ଯଜ୍ଞଶ୍ଵର ଶତପଥୀ, ପ୍ରମୁଖ ଶେଷ ଦର୍ଶନ କରିଥିଲେ l ପରେ ଏକ ଶୋଭାଯାତ୍ରା ରେ ନିଆଯାଇ ନିଜ ଗ୍ରାମ ମଶାଣି ଋଷିକୂଲ୍ୟା ନଦୀ ଘାଟରେ ଦାହା କରାଯାଇଥିଲା l ତାଙ୍କର ଏକ ମାତ୍ର ପୁଅ କୁନା ରେଡ୍ଡୀ ମୁଖାଗ୍ନି ଦେଇଥିଲେ l
ସ୍ବର୍ଗତ ଗଣେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ, ପୂର୍ବତନ ଉପ- ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଓ ପୂର୍ବତନ ସାଂସଦ-ଜୟନ୍ତୀପଟ୍ଟନାୟକଙ୍କ
ସହଯୋଗୀ ରୂପେ କାମ କରିବା ସହ ଦଳରେ ନିଜର ସ୍ୱତନ ପରିଚୟ ସୃଷ୍ଟି କରିପାରିଥିଲେ l ତାଙ୍କର ମୃତ୍ୟୁରେ ଏକ ଶୋକର ଛାୟା ଖେଳିଯାଇଛି l ତାଙ୍କ ବିୟୋଗରେ ଶବର କୁମାର ତରାଇ, ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରାର୍ଥନା କରିଛନ୍ତି ।