
ଚଣ୍ଡିଖୋଲ୨୧/୧୨(କଳିଙ୍ଗ ପ୍ରଭା)ବଡଚଣା ବ୍ଲକ ଅର୍ନ୍ତଗତ ନୂଆ ହାଟ ସ୍ଥିତ ଵିଷ୍ଟୁ ସାମନ୍ତରାୟ ମହାବିଦ୍ୟାଳୟରେ ୧୮/୧୯ ଦୁଇ ଦିନଧରି ନlକ୍ ପିଅର ଟିମ୍ ର ୩ ଜଣ ପରିଦର୍ଶକ ମହାବିଦ୍ୟାଳୟର ମୂଲ୍ୟାଙ୍କନ ତଥା ମlନ ନିର୍ଧାରଣ ନିମନ୍ତେ ଆସି ନିଜର କାର୍ଯ୍ୟକ୍ରମ ସମ୍ପର୍ନ୍ନ କରିଛନ୍ତି l ଏହି ପରିଦର୍ଶକ ଦଳର ମୁଖ୍ୟ ଭାବେ କେରଳ ପ୍ରଦେଶ ଯେଲ୍ଲାଡି ସ୍ଥିତ ଶ୍ରୀ ଶଙ୍କରlଚlର୍ଯ୍ୟ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ମୋନିପାଲିଲ୍ ଚନ୍ଦ୍ର ଶେଖରନ୍ ନାୟାର ଦିଲିପକୁମାର , ସହଯୋଗୀ ସଂଯୋଜକ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଜୟପୁର ର ପ୍ରଫେସର ଡକ୍ଟର ନଗେନ୍ଦ୍ର ଆମ୍ବେଦକର ଶୋଲେ, ଅନ୍ୟତମ ସଂଯୋଗିକl ମୁମ୍ବାଇ ଶିକ୍ଷାବିଭାଗର ନିର୍ଦେଶିକା ଡକ୍ଟର ଭଗିନି ନିର୍ମଳl ଥିବ୍ୟାନlଥମ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇ ମହାବିଦ୍ୟାଳୟର ସମସ୍ତ ସମ୍ମାନ ବିଭାଗ , ପାଠଗ।ର, ବିଜ୍ଞାନ ପରୀକ୍ଷା ଗl ର , କମ୍ପ୍ୟୁଟର ବିଭାଗ ,କ୍ରୀଡା ବିଭIଗ, ଜାତୀୟ ସେବା ଯୋଜନା ,ଯୁବ ରେଡକ୍ରସ ବିଭାଗ , କ୍ୟIଣ୍ଟିନ, ଖେଳ ପଡିଆ, ଓପନ ଜିମ୍ନ।ଶୀୟମ୍, ଓପନ ଅଡିଟୋରିୟମ , ଛାତ୍ର ଛାତ୍ରୀଙ୍କ କମନରୁମ୍ ,ସମସ୍ୟା ସମାଧାନ ନିମିତ ଗଠିତ ବିଭିନ୍ନ ସେଲ ତଥା କାର୍ଯ୍ୟାଳୟର ସମସ୍ତ ନଥିପତ୍ର ପୁଙ୍ଖାନୁପୁଙ୍ଖ ଭାବେ ତଦାରଖ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ପ୍ରଧ୍ୟାପକ ପବିତ୍ର ମୋହନ ମାହIଲା ଓ ଆଇ କ୍ୟୁ ଏସି ର ସଂଯୋଜକ ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ ଏହି କାର୍ଯ୍ୟରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରି ସେମାନଙ୍କ ନାନIବିଧ ପ୍ରଶ୍ନର ଉତ୍ତର ପ୍ରଦାନ ପୂର୍ବକ କାର୍ଯ୍ୟ ଧାରାକୁ ତ୍ଵରାନିତ କରିଥିଲେ । ବଡ଼ଚଣା ବିଧାୟକ ଅମର କୁମାର ନାୟକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଓ ସଭାପତି ଅମରେନ୍ଦ୍ର ସାମନ୍ତରାୟ, ଉତ୍କଳ ବିଶ୍ୱବିଦ୍ୟାଳୟର କଲେଜ୍ ବିକାଶ ପରିଷଦର ପ୍ରାକ୍ତନ ଅଧକ୍ଷ ଡକ୍ଟର ନିଗମାନନ୍ଦ ଦାସ ପ୍ରମୁଖ ମଧ୍ୟାହ୍ନ ଭୋଜନ ପର୍ବରେ ସାମିଲ ହୋଇ ସେମାନଙ୍କ ସହ ମୂଲ୍ୟ ବୋଧ ଭିତ୍ତିକ ଆଲୋଚନା ମାଧ୍ୟମରେ ଅନୁଷ୍ଠାନର ବିକାଶକଳ୍ପେ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ପରିଦର୍ଶନର ଅନ୍ତିମ ପର୍ଯ୍ୟାୟରେ ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ନାକ ଟିମ୍ ର ମୁଖ୍ୟ ଡକ୍ଟର ଦିଲ୍ଲୀପ କୁମାର ଅନୁଷ୍ଠାନର ଭିତି ଭୂମିର ଉନ୍ନତି ଅଧ୍ୟାପନା ଶୈଳୀ , ପରୀକ୍ଷା ପରିଚାଳନା , ଛାତ୍ର ଛାତ୍ରୀଙ୍କ ସୁପ୍ତପ୍ରତିଭାର ବିକାଶ ସମ୍ପର୍କରେ ସୁଚିନ୍ତିତ ପରାମର୍ଶ ଦେବା ସହ ପୁରାତନ ଛାତ୍ର ଛାତ୍ରୀ ,ଅଭିଭାବକଙ୍କ ସହିତ ହୋଇଥିବା ଭIବବିନିମୟ ସମ୍ବନ୍ଧରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସହ ସଂଯୋଜକ ଡାକ୍ତର ସୋଲେ ,ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉନ୍ନତି ପାଇଁ ଗବେଷଣା ମୂଳlଧାରା କରି ପ୍ରୋତ୍ସlହନ ନିମନ୍ତେ ମତ ଉପସ୍ଥାପନ କରିଥିଲେ l ସଂଯୋଜିକl ଡକ୍ଟର ଭଗିନୀ ନିର୍ମଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ମାନ ଗ୍ରହଣ ନିମଅନ୍ତେ ମାର୍ଗ ଦର୍ଶନ କରିବା ସହ ନିଜର ଅନନ୍ୟ ଅନୁଭୂତି ବର୍ଣ୍ଣନା କରିଥିଲେ l ଅଧକ୍ଷ ଶ୍ରୀ ମlହlଲା ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ l ସଂଯୋଜକ ପ୍ରାଧ୍ୟାପକ ଶ୍ରୀ ଖଣ୍ଡାୟୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ,ଛାତ୍ର ଛାତ୍ରୀ ,ଅଭିଭାବକ ଓ ପରିଚାଳନା କମିଟି ର ସଦସ୍ୟ ସଦର୍ସ୍ୟା ସହଯୋଗ କରିଥିଲେ l