ରାମଚଣ୍ଡୀ ମନ୍ଦିର ଠାରେ ବିଶାଳ ସାଧୁ ସମ୍ମିଳନୀ ବୈଠକ ll

ଛତ୍ରପୁର : ୨୦.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ରୂ ମାତ୍ର କିଛି ଦୂରରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ନୀଳାଦ୍ରିପୁର ସ୍ଥିତ ମାଁ ରାମଚଣ୍ଡୀ ପୀଠରେ ବିଶାଳ ସାଧୁ ସମ୍ମିଳନୀ ଓ ଦ୍ୱିତୀୟ ବାର୍ଷିକ ଉତ୍ସବ ନୂତନ ବର୍ଷ (୨୦୨୫) ଫେବୃୟାରୀ ମାସରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ଛତ୍ରପୁର ଅଞ୍ଚଳର ବରିଷ୍ଠ ସମାଜସେଵୀ ଶ୍ରୀଯୁକ୍ତ ପ୍ରସାନ୍ତ କରଙ୍କ ନେତୃତ୍ୱରେ ରାମାଧୀନ ସଂସ୍କୃତ କଲେଜ ବ୍ରହ୍ମପୁର ର ଅଧ୍ୟକ୍ଷ ଡ଼ ହରିହର ଦାସ ଓ ଅନ୍ୟ ସନ୍ଥ ମାନେ ଅନୁଧ୍ୟାନ କରିବା ସହ ମାଁ ଙ୍କ ଆଶୀର୍ବାଦ ନେଇଛନ୍ତି l ଵୁଧବାର ସନ୍ଧ୍ୟାରେ ପ୍ରଶାନ୍ତ କର ଭାଇଙ୍କ ନିମନ୍ତ୍ରଣରେ ସନ୍ଥମାନେ ଫେବୃଆରୀ ୧୮, ୨୦୨୫, ମଙ୍ଗଳବାର ଦିନ ପିଠରେ ଅନୁଷ୍ଠିତ ହେବାକୁଥିବା ଵିଶାଳ ସନ୍ଥ ସମ୍ମିଳନୀ ଏବଂ ୧ ଲକ୍ଷ୍ୟ ଵିଲ୍ବପତ୍ର ଅର୍ଚ୍ଚନ କାର୍ଯ୍ୟକ୍ରମ ର ସୁ ବ୍ୟବସ୍ଥା କୁ ଲକ୍ଷ୍ୟ ରଖି ମନ୍ଦିର ପରିସର ନିରିକ୍ଷଣ କରିବା ସହ ଏକ ପ୍ରସ୍ତୁତି ବୈଠକ ରେ ବିଭିନ୍ନ ବିଷୟ ଆଲୋଚନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସାରା ଓଡିଶାରୁ ସନ୍ଥ ଆସିବା ପାଇଁ ଆଲୋଚନା କରାଯାଇଛି । ଏହି ଵୈଠକରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ,ସଂଯୋଜକ କମଲ ପଣ୍ଡା, ସହ ଜ୍ୟୋତିଷ ଦୀପକ କୁମାର ଦାସ, ମ୍ୟାନେଜର ସନ୍ତୋଷ ପଣ୍ଡା, ସୁଧୀର ମହାରଣା,ବରୁଣ ଚୌଧୁରୀ, ଉପେନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ର ରୁପରେଖ ପ୍ରସ୍ତୁତ କରିଥିଲେ ।

Leave a Reply

Your email address will not be published. Required fields are marked *