ଛତ୍ରପୁର ରେ ଓକେସିଏଲର ଆଞ୍ଚଳିକ ସମ୍ମିଳନୀ

ଛତ୍ରପୁର : ୨୦.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିବା ପାଇଁ କାର୍ଯ୍ୟରତ ଓଡିଶା ନଲେଜ କର୍ପୋରେସନ ଲିମିଟେଡ ପକ୍ଷରୁ ଏକ ଆଞ୍ଚଳିକ ସମ୍ମିଳନୀ ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ରବିବାର ଦିନ ଆୟୋଜିତ ହୋଇ ଯାଉଛି। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଓକେସିଏଲର ଡିଜିଟାଲ ଶିକ୍ଷା ପାଠ୍ଯକ୍ରମ ପ୍ରଦାନ କରୁଥିବା ଶତାଧିକ ଶିକ୍ଷାକେନ୍ଦ୍ର ର ପରିଚାଳକ ମାନେ ଯୋଗଦେଇଥିଲେ। ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ସମ୍ମିଳନୀକୁ ଉଦବୋଧନ ଦେଇ ଥିଲେ। ପରିବର୍ଦ୍ଧିତ ବୈଶ୍ବିକ ବାତାବରଣରେ ଓଡିଶାର ସମସ୍ତ ଗ୍ରାମ ଓ ସହରାଞ୍ଚଳର ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପାଠ୍ଯକ୍ରମ ସ୍ବଳ୍ପ ମୂଲ୍ଯରେ ପ୍ରଦାନ କରି କିପରି ସାମାଜିକ ମାନ ବୃଦ୍ଧି ପାଇବ ସେ କ୍ଷେତ୍ରରେ ଓକେସିଏଲର ସମସ୍ତ ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକ ଚେଷ୍ଟା କରିବାକୁ ଶ୍ରୀ ପୁଥଳ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଏହି ତିନୋଟିଯାକ ଜିଲ୍ଲାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କେନ୍ଦ୍ର ଗୁଡିକୁ ଶ୍ରୀ ପୁଥଳ ସମ୍ମାନୀତ ଓ ପୁରସ୍କୃତ କରିଥିଲେ। ଓକେସିଏଲର ବରିଷ୍ଠ ପରିଚାଳକ ସୁଶାନ୍ତ ଜେ ଦାସଙ୍କ ସମେତ ଜୟଶ୍ରୀ ଦେହୁରୀ, ହିମଜା ହବିଷମତି, ସୌମ୍ୟ ଶୁଭମ ରାଉତ, ଜସ୍ମିନ ପଣ୍ଡା ଓ ଦେବାଶିଷ ସାହୁ ବିଭିନ୍ନ ଆଗାମୀ ପ୍ରୋଜେକ୍ଟ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ। ଓକେସିଏଲର ଗଜପତି ଜିଲ୍ଲା ମୁଖ୍ଯ ଶ୍ରୀକାନ୍ତ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ମୂଖ୍ଯ ସୁଜିତ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *