ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘର ଧାରଣା , ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ।

ଛତ୍ରପୁର : ୨୦.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଗଞ୍ଜାମ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଦିଆଯାଇଥିଲା । ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବିଭିନ୍ନ ସମସ୍ୟା ସମାଧାନ କରୁନଥିବାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ଏମାନଙ୍କ ପକ୍ଷରୁ କୁହାଯାଇଛି ଯେ କୃଷି ଋଣ ଲରାଣ ମାଧମରେ କୃଷି ତଥା ବୃଷକଙ୍କ ଆୟରେ ଅଭିବୃଦ୍ଧି ସକାଶେ କୃଷି ସମବାୟ ସମିତିଗୁଡିକ ଏକ ମାତ୍ର ବିକଳ୍ପ । ଏହି ଗୁରୁ ଦାୟୀତ୍ବ ଠିକ ଭାବରେ ନିର୍ବାହ କରିବା ପାଇଁ ସମିତି ମାନଙ୍କରେ ଏମାନଙ୍କୁ ନିଯୁକ୍ତି କରାଯାଇଅଛି । କେନ୍ଦ୍ର ସମବାୟ ବ୍ୟାଙ୍କଗୁଡିକ ସମିତିଗୁଡିକ କୃଷକମାନଙ୍କୁ ତତ୍କାଳ ସୁଧ ରିହାତି ତଥା ବିନା ସୁଧରେ ରଣ ପ୍ରଦାନ ବେଳେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସମିତି ଠାରୁ ସୁଧ ଶୋଷଣ କରୁଥିବା ଅଭିଯୋଗ ହୋଇଛି ସମିତିର ପ୍ରାପ୍ୟଗୁଡିକ ପ୍ରଦାନରେ ଅହେତୁକ ବିଳମ୍ବ ବ୍ୟାଙ୍କ ପକ୍ଷରୁ କରାଯାଉଛି । ଏପରିକି କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବ୍ୟାଙ୍କ ବାଧକ ସାଜୁଛି । ସମିତିର ଜର୍ମଚାରୀମାନଙ୍କୁ ପଦୋନ୍ନତି ଦେବାରେ ଟାକୁଟୁଳ ନୀତି ଅଵଲମ୍ବନ କରାଯାଉଛି ସମିତିର ସମ୍ବଳକୁ (ଅଂଶଧନ ଏବଂ ସୁଧ ସହାୟତା) ବ୍ୟାଙ୍କ ନିଜ ଇଛା ମୁତାବକ କାର୍ଯ୍ୟ କରୁଥିବା ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି । ୨୩ ରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ଏହି ଆନ୍ଦୋଳନ ଦ୍ୱାରା କୃଷି ଓ କୃଷକର ଯେଉଁ କ୍ଷତି ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି କୁହାଯାଇଛି । ଏଥିରେ କର୍ମଚାରୀ ସଂଘର ସଭାପତି ଶିବରାମ ମହାଙ୍କୁଡ, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସ୍ବାଇଁ, ସାଧାରଣ ସଂପାଦକ- ପ୍ରତାପ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ- କାହ୍ନୁଚରଣ ସ୍ବାଇଁ, କୋଷାଧଷ୍ୟ – ଓ ସତ୍ୟନାରାୟଣ ରେଡି, ଅରୁଣ ବେହେଲା, କୃଷ୍ଣ ଚନ୍ଦ୍ର ଗୌଡ, ସୁଧାଂଶୁ ବିଷୋୟୀ, ସୋମନାଥ ମଲ୍ଲିକ, ରଞ୍ଜନ କୁମାର ବିଷୋୟୀ, ପ୍ରକାଶ ବାରିକ, ଘିମାଞ୍ଚଳ ସାହୁ ଓ ପ୍ରଭାକର ମହାରଣା ପ୍ରମୁଖ ସଂଘର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *