ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟୁତ କଲୋନୀରେ ପୋଷାକ ବିତରଣ ଉତ୍ସବ

ରାୟଗଡ଼ (୧୭/୧୨): ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟୁତ କଲୋନୀର ସଭାଗୃହରେ ପୋଷାକ ବିତରଣ ଉତ୍ସବ ଉତ୍ସାହପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଆପାଲା ସ୍ୱାମୀ କାଡ୍ରାକା ଉପସ୍ଥିତ ଥିଲେ। ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଇଏସଆଇ) ଶ୍ରୀ ୱାଙ୍ଗ ଗ୍ରାହୀ ଶବର, ବିଆରସି ସମନ୍ୱୟକ ଶ୍ରୀ ବଳରାମ ହୁଇକା ଏବଂ ଶ୍ରୀ ଛବୀଲାଲ ସିଂ ଅସନ ଗ୍ରହଣ କରିଥିଲେ।ସଭାର ଅଧ୍ୟକ୍ଷତା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ନରସିଂହ ବିଡ଼ିକା କରିଥିଲେ। ସମାରୋହର ପରିଚାଳନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ସ୍ବାଳସିଂ ଦ୍ୱାରା ହୋଇଥିଲା।ସଭାର ଆରମ୍ଭରେ ବିଧାୟକ ମହାଶୟଙ୍କୁ ପୁଷ୍ପମାଳା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାରେ ନେଇ ସ୍ୱାଗତ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ବିଦ୍ୟାଳୟ ଡ୍ରେସ, ଗୋଟିଏ ହଳ ଜୋତା, ଦୁଇ ହଳ ମୌଜା, ଗୋଟିଏ ହାଉସ ଡ୍ରେସ ଓ ଗୋଟିଏ ଟୋପି ବଣ୍ଟନ କରାଯାଇଥିଲା। ବିଧାୟକ ନିଜେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ।ନିଜ ଅଭିଭାଷଣରେ ବିଧାୟକ ମହାଶୟ କହିଥିଲେ ଯେ ସେ ଏହି ବିଦ୍ୟାଳୟର ପୁରୁଣା ଛାତ୍ର ଏବଂ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଶିକ୍ଷା ଗ୍ରହଣ କରିଛନ୍ତି। ସେ ପ୍ରାଚୀନ ସମୟରେ ବିଦ୍ୟାଳୟର ଅବସ୍ଥା ଏବଂ ବର୍ତ୍ତମାନର ଉନ୍ନତି ବିଷୟରେ ଅନୁଭବ ଖଣ୍ଡିତ ଦର୍ଶାଇଥିଲେ। ସେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ସଫା ରଖିବା ଓ ଆତ୍ମନିୟମର ମହତ୍ତ୍ୱ ର ଶିକ୍ଷା ଦେଇଥିଲେ।ବିଧାୟକ ଅବିଭାବକମାନଙ୍କ ସହ ଏକ ଆଲୋଚନା ଆୟୋଜନ କରିଥିଲେ ଯେଉଁଠାରେ ବିଦ୍ୟାଳୟ ପାଇଁ ଡେସ୍କ ଓ ବେଞ୍ଚ ବ୍ୟବସ୍ଥା ଯୋଗାଣ କରିବା ନେଇ ଉପର୍ଯ୍ୟୁକ୍ତ ଅଧିକାରୀଙ୍କୁ ଆଶ୍ବସ୍ତ କରିଥିଲେ।ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଯୋଗାଯୋଗରେ କାର୍ଯ୍ୟକ୍ରମ ସଫଳ ଓ ଉତ୍ସାହପୂର୍ଣ୍ଣ ଭାବେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାୟଗଡା ରୁ ତପନ କାଡ୍ରାକା ଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *