ରଘୁନାଥଜୀଉ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ବିଜ୍ଞାନ ବିଭାଗର ତଥା ନୂତନ ଭାବେ ବିଭାଗରେ ପ୍ରଥମ ବର୍ଷରେ ପ୍ରବେଶ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ ୧୭.୧୨.୨୦୨୪ ରିଖ ଦେଉଳସାହି ସ୍ଥିତ ରଘୁନାଥଳୀର ସ୍ନାତକ ମହାବିଦ୍ୟାଳୟରେ ପରିବେଶ ବିଜ୍ଞାନ ଅଷ୍ଟମ (୦୮ମ) ବାର୍ଷିକ ପାଠଚକ୍ର ତଥା ନୂତନ ଭାବେ ବିଭାଗରେ ପ୍ରଥମ ବର୍ଷରେ ପ୍ରବେଶ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ତଃ ସୁଧାମୟୀ ବେହୁରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ଅଳକା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅବସର ବିଭାଗୀୟ ମୁଖ୍ୟ ଡଃ ଅକ୍ଷୟ କୁମାର ଭଦ୍ରା ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରିବେଶ ଉପରେ “ପ୍ଲାଷ୍ଟିକ୍ ବ୍ୟବହାରର ପ୍ରଭାବ ଓ ଏହାର ନିରାକରଣ” ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମହାବିଦ୍ୟାଳୟର ସଭାପତି ଡଃ ଦିଲ୍ଲୀପ କୁମାର କର ମହୋଦୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ସ୍ବାଇଁ ପ୍ଲାଷ୍ଟିକର କୁପରିଣାମ ଉପରେ ଛାତ୍ର, ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମଟିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧୁକାରୀ ଡଃ ସରୋଜ କୁମାର ଦାଶ, ଶୈକ୍ଷିକ ଅଧୁକାରୀ ଡଃ ଅକ୍ଷୟ କୁମାର ନାୟକ, ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଗ୍ରରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସୁପରିଗ୍‌ଳନାରେ ବିଭାଗର ଅଧ୍ୟାପିକା ପ୍ରିୟସା ପ୍ରିୟଦର୍ଶିନୀ ଓ ସ୍ମୃତି ରଞ୍ଜନ ସ୍ବାଇଁ ଓ ବିଭାଗର ଛାତ୍ରଛାତ୍ରୀ ନେହା ମାଝୀ, ଅର୍ପିତା ଦାସ ଶୁଭ ଲକ୍ଷ୍ମୀ ଦାସ ଆଶୁତୋଷ ଚୈଧୁରୀ ଶ୍ରେୟାଂଶୁ, ପ୍ରବୀଣ ମୋହାପାତ୍ର କାଜଲ୍ ଡାକୁଆ ଓ ବିଷ୍ଣୁପ୍ରିୟା ପରିଡ଼ା ପ୍ରଭୃତି ପୂର୍ଣ ସହଯୋଗ କରିଥିଲେ। ସର୍ବଶେଷରେ ବିଭାଗର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *