ପାରାଦୀପ ବନ୍ଦର ନିଷିଦ୍ଧl ଞ୍ଚଳରେ ଶ୍ରମିକ ମୃତ l

ପାରାଦ୍ଵୀପ- ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରେନ୍ ଧକ୍କାରେ ଗୁରୁତର ଶ୍ରମିକ ସତ୍ୟ ସୁବ୍ରତ ଦଳାଇ ମୃତ। ଘଟଣାକୁ ନେଇ ପରିବାର ଓ ଶ୍ରମିକ ମାନଙ୍କ ପକ୍ଷରୁ ୩ ନମ୍ବର ଗେଟ ସମ୍ମୁଖରେ ଧାରଣା ଦିଆଯାଇଛି। ବନ୍ଦର ର ୩ ନମ୍ବର ଗେଟ ସମ୍ପୁର୍ଣ୍ଣ ବନ୍ଦ, ଫଳରେ ବନ୍ଦର ଭିତରୁ କୈାଣସି ଶ୍ରମିକ ବାହାରକୁ ଆସିପାରୁ ନାହାନ୍ତି କି ଭିତରକୁ କେହି ଯାଇପାରୁ ନାହାନ୍ତି। ମୃତ ଶ୍ରମିକ ଙ୍କ ଘର କୁଜଙ୍ଗ ଥାନା ନବାଡିଆ ଗ୍ରାମରେ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ପରିବାର ଓ ଶ୍ରମିକ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଲୋଚନା ଆରମ୍ଭ କରିଛି। ତେବେ ଗତ ଦୁଇଦିନ ତଳେ ବନ୍ଦର ର ରେଲ୍ ଆଣ୍ଡ ରୋପ‌ଓ୍ବେ କମ୍ପାନୀରେ କାମ କରୁଥିବା ସତ୍ୟ ସୁବ୍ରତ ଦଳାଇ ଦୂର୍ଘଟଣାର ଶିକାର ହୋଇଥିଲେ। ଓ୍ବାଗନ ନିକଟରେ କାମ କରୁଥିବା ବେଳେ ଟ୍ରେନ୍ ଟି ପଛକୁ ଗଡିଯିବାରୁ ତାଙ୍କ ଛାତିରେ ଜୋରରେ ମାଡ଼ ହୋଇଥିଲା। ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀ ତାଙ୍କୁ ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଥିଲା। ସେଠାରେ ଗୁରୁତର ଥିବା ଜାଣିବା ପରେ ମେଡିକାଲ ନେଇଥିବା କର୍ମଚାରୀ ସେଠାରେ ତାଙ୍କୁ ଛାଡି ଚାଲି ଆସିଥିଲେ। ଆଜି ସକଳେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର କମ୍ପାନୀ କତ୍ତୃପକ୍ଷ ଏହି ଘଟଣାରେ ସମ୍ପୃକ୍ତ ପରିବାର ନିକଟରେ ପହଞ୍ଚିବା ବଦଳରେ ଧରାଛୁଆଁ ଦେଇ ନ ଥିଲା । ଯାହାକୁ ନେଇ ପରିବାର ଓ ଅନ୍ୟ ଶ୍ରମିକ ମାନେ ସତ୍ୟ ସୁବ୍ରତ ଙ୍କ ଶବ ରଖି ୩, ନମ୍ବର ଗେଟ୍ କୁ ସମ୍ପୁର୍ଣ୍ଣ ବନ୍ଦ କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ଉଚିତ୍ କ୍ଷତିପୂରଣ ନମିଳିଛି , ସେପର୍ଯ୍ୟନ୍ତ ଗେଟ୍ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିବା ସହିତ ଥାନାରେ ଆଲୋଚନା କରିବା ପାଇଁ କମ୍ପାନୀ ଓ ମୃତକଙ୍କ ପରିବାରକୁ ଡାକିଛନ୍ତି। ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *