ପାରାଦୀପ ଏଏମ୍ଏନ୍ଏସ୍ ଇଣ୍ଡିଆ ପାଚେରୀ ନିର୍ମାଣ କୁ ନେଇ ବହୁବାର ହାଣ୍ଡିଆ ଗ୍ରାମର ବିସ୍ଥାପିତ ପରିବାର ବିରୋଧ କରି ଆସୁଥିବା ବେଳେ ପୁଣି ଆଜି ହାଣ୍ଡିଆ ଗ୍ରାମରେ ଶତାଧିକ ମହିଳା ଓ ପୁରୁଷ ମାନେ ପାଚେରୀ ନିର୍ମାଣ କୁ ବିରୋଧ କରି ପାଚେରୀ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବା ଦେଖା ଯାଉଛି l କାରଣ ହାଣ୍ଡିଆ ଗ୍ରାମର ବିସ୍ଥାପିତ ପରିବାର ଙ୍କୁ ନେଇ କମ୍ପାନୀର ଲୁଚା ଛପା ଖେଳ ଗ୍ରାମବାସୀ ଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛି l ଯାହାକୁ ନେଇ ଏଏମ୍ଏନ୍ଏସ୍ ଇଣ୍ଡିଆ କମ୍ପାନୀ ପାଚେରୀ ନିର୍ମାଣ କୁ ବିରୋଧ କରି କାର୍ଯ୍ୟ ବନ୍ଦ କରିଛନ୍ତି l ପାଚେରୀ ନିର୍ମାଣ କୁ ବିରୋଧ କରିବା ନେଇ କମ୍ପାନୀର ବରିଷ୍ଟ ଅଧିକାରୀ ଓ ପାରାଦୀପ ଲକ୍ ପୋଲିସ ପ୍ରଶାସନ କୁଜଙ୍ଗ ଅତିରିକ୍ତ ତହସିଲ ଦାର ପହଞ୍ଚି ହାଣ୍ଡିଆ ଗ୍ରାମ ବାସୀଙ୍କୁ ବୁଝା ସୁଝା କରୁଥିବା ଦେଖା ଯାଇଥିଲା l କିନ୍ତୁ ହାଣ୍ଡିଆ ଗ୍ରାମ ବସି ସେମାନଙ୍କ କଥାରେ ରାଜି ହୋଇନଥିବା ଦେଖା ଯାଇଥିବା ବେଳେ ହାଣ୍ଡିଆ ଗ୍ରାମ ବାସୀ ଙ୍କ ଗୋଟିଏ କଥା ଆମେ ବିସ୍ତା ପିତ ହେବୁନାହି ଯଦି ବିସ୍ତl ପିତ ହେବୁ ଆମ ପଞ୍ଚାୟତ ରେ ଆମେ ରହିବୁ ଓ କମ୍ପାନୀ ଆମ ଲୋକେ ମାନଙ୍କୁ ନିଯୁକ୍ତି ଦେଉ l କାରଣ ଆମର ଜମିଗଲା ଓ ଚାଷ ଗଲା ଘର ବାଡ଼ି ଗଲା ଆମେ ବଞ୍ଚିବୁ କିପରି ପିଲା ଛୁଆ ମାନେ କରିବେ କଣ l କମ୍ପାନୀ ଦୀର୍ଘ ପନ୍ଦର ବର୍ଷ ହେବ ଆମ ସହିତ ଖେଳ ଖେଳୁଛି ଓ ଆମକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଚାଲିଛି l ତେଣୁ ଆମେ କମ୍ପାନୀକୁ ବିରୋଧ କରୁନାହୁ ଯଦି ପ୍ରଶାସନ ଆମର ଦାବିଗୁଡିକ ମାନି ନେଇ ଆମ କୁ ଲିଖିତ ପ୍ରତିଶ୍ରୁତି ଦେବେ ତେବେ ଆମେ ଧର୍ମ ଘଟ ରୁ ଓହରିବୁ ନଚେତ୍ କମ୍ପାନୀକୁ ପାଚେରୀ ନିର୍ମାଣ କରାଇ ଦେବୁ ନାହିଁ ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ଲଢ଼ିବୁ l ପରେ ପାରାଦୀପ ର ଆଡିଶିନାଲ ଏସପି, ଜିଲାପ୍ରଶାସନ ପକ୍ଷରୁ କୁଜଙ୍ଗ ତହସିଲଦାର ପହଞ୍ଚି ହାଣ୍ଡିଆ ଗ୍ରାମ ବାସୀ ଙ୍କୁ ପ୍ରତି ଶୃତି ଦେବାରୁ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍