ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଅନୁଷ୍ଠାନ ପକ୍ଷରୁ କମ୍ବଳ ବଣ୍ଟନ

କଟକ ୧୮-୧୨ରିଖ ସାରାଦେଶରେ ଶୀତରେ କମ୍ଫୁଥିବା ସମୟରେ ଆଜି ସାହାଯ୍ୟର ହାତ ବଢ଼ାଇ ଦେଇଛି ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ଓ ଦୀନ‌ ଦରିଦ୍ର ବନ୍ଧୁ ଶ୍ରୀ ଶଶଧର ପଣ୍ଡା। ପିତା ପାର୍ବତୀ ଗୋବିନ୍ଦଙ୍କ କୋଳ ମଣ୍ଡନ କରିଥିଲେ ଶଶଧର। ପୂର୍ଣ୍ଣ ଚନ୍ଦ୍ର ଭଳି ଶୁଭ୍ର ଶଶୀ କୀରଣରେ ଅନ୍ଧାର ଦୂରେଇ ଆଲୋକ ପ୍ରଦାନ କରିଥିଲେ ସେହି ମହାନ ଜନନାୟକ ଶଶଧର ପଣ୍ଡା। ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସି ଭଳି ଛାତ୍ର ଜୀବନ କାଳରୁ ଚାକିରୀ କ୍ଷେତ୍ରରେ ମଧ୍ୟରେ ସାହାଯ୍ୟ କ୍ଷେତ୍ରରେ କେବେ ସେ ପଛକୁ ଚାହିଁ ନାହାଁନ୍ତି। ଆଜି କଟକ ସିଡିଏ ୧୩ ଅଧିବାସୀ ମାନଙ୍କୁ ନେଇ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚନ୍ୟାୟାଳୟର ଆଇନ ଜୀବୀ ନିରୋଧ କୁମାର ସାହୁ, ଶିକ୍ଷାବିତ ପଞ୍ଚାନନ ଗହନ, ଅବସରପ୍ରାପ୍ତ ସୁପରିଟଣ୍ଟେ କେଶବ ଚନ୍ଦ୍ର ରାଉତ, ଆଇନଜୀବୀ ପ୍ରଶନ୍ନ କୁମାର ପଣ୍ଡା,ପ୍ରତି ରଞ୍ଜନ ସ୍ବାଇଁ,ବିମଳ କୁମାର ପରିଡ଼ା, ସହିତ ଅନେକ କର୍ମ କର୍ତ୍ତା ଯୋଗଦେଇ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ଶଶଧର ପଣ୍ଡା ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ସହିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *