ସ୍ବାମୀ ହିଁ ହତ୍ୟା କାରି , କଟକ ପରମହଂସ କାଠ ଯୋଡି ନଦୀ ପଠାରୁ ମିଳିଥିବା ମହିଳାଙ୍କ ମୃତ୍ୟୁବରଣ କରିଥିବା ମହିଳାଙ୍କୁ ନିଜ ସ୍ବାମୀ ହିଁ ହତ୍ୟା କାରୀ।


କଟକ :; କଟକ ପରମହଂସ କାଠ ଯୋଡି ନଦୀ ପଠାରୁ ମିଳିଥିବା ମହିଳାଙ୍କ ମୃତ୍ୟୁବରଣ କରିଥିବା ମହିଳାଙ୍କୁ ନିଜ ସ୍ବାମୀ ହିଁ ହତ୍ୟା କାରୀ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଗ୍ରାମ ଭିତର ସୁବଳ ନିବାସୀ ଜଗନ୍ନାଥ ଦୁହୁରୀ(୨୭) ବୟସ ପିତା ସନିଆ ଦୁହୁରି। ଗତ ଦୁଇ ବର୍ଷ ତଳେ ଜଗନ୍ନାଥ ଭଳ ପାଇ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ ଆଡୋଇ ନାମ ପଦ୍ମାବତୀ ସାମଲ ବୟସ (୩୫) ପିତା ଦିବାକର ସାମଲଙ୍କ ଝିଅକୁ ବିବାହ କରିଥିଲେ। କିଛି ଦିନ ସଂସାର ମନରେ ଚାଲୁଥିବା ପରେ ସ୍ବାମୀ ମନରେ ଖରାପ ଚିନ୍ତା ଧାରା ଆରମ୍ଭ ହେଲା। ନିଜ ପତ୍ନୀ କୁ ପ୍ରକିୟା ପ୍ରିତୀ ପାଇଁ ଜୀବନରୁ ମାରିଦେବା ପାଇଁ ପ୍ଳାନ କରିଥିଲା। ଜଗନ୍ନାଥ ନିଜ ମାଆଙ୍କ ଦେହ ଅସୁସ୍ଥ ଦେଖାଇ ଜଗତପୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଆଣି ଥିଲେ। ସଙ୍ଗରେ ଦୁଇ ବର୍ଷ ର ଝିଅକୁ ସଙ୍ଗରେ ଥରି ମେଡିକାଲରେ ପହଞ୍ଚି ଥିଲେ। ଜଗନ୍ନାଥ ତାଙ୍କ ସାନ ଭାଇ ବଳରାମ ଦୁହୁରୀ ବୟସ (୩୨) ସଙ୍ଗରେ ଆସିଥିଲା। କଟକ ରେ ରହୁଥିବା ସମ୍ପର୍କରେ ଲେଖା ଭାଇ ମାପି ଦୁହୁରୀ ବୟସ (୨୦) ପିତା ଘନଶ୍ୟାମ ଦୁହୁରୀ ମିଶି ପଦ୍ମାବତୀକୁ ମାରିଦେବା ପ୍ଳାନ କରିଥିଲେ।ବାପି ମାରିବା ପାଇଁ ପରମହଂସ କାଠ ଯୋଡି ନଦୀ ପଠାକୁ ବାଛି ଥିଲେ। ସେହି ଦିନ ରାତିରେ ବାପି, ବଳରାମ ଆଗରୁ ଯାଇ ସେଠାରେ ଲୁଚି ରହିଥିଲେ। ଜଗନ୍ନାଥ ବାପିର ଏକ ସ୍କୁଟିରେ ପଦ୍ମାବତୀ ସହିତ ନିଜ ଝିଅକୁ ବସାଇ ସେହି ସ୍ଥାନକୁ ବୁଲିବାକୁ କହିଥିଲା। ବିଧିର ବିଧାନ ସେଦିନ ମୃତ୍ୟୁ ସେହିଠାରେ ଛକି ବସିଥିଲା। ଆଗରୁ ପ୍ରସ୍ତୁତ ହୋଇଥିଲା ପ୍ଳାନ ଶେଷରେ ମୃତ୍ୟୁ ପାଖରେ ପହଞ୍ଚାଇବାକୁ ପଡିଛି। ତିନି ଜଣ ମିଶି ଚାପଡ ସାହାଯ୍ୟରେ ହାଣି ସେଠାରୁ ପଳାଇ ଯାଇଥିଲେ। ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଚହଳ ସୃଷ୍ଟି କରିଥିଲା। କଟକ ଜିଲ୍ଲା କନ୍ଦର ପୁର ଥାନା ପୋଲିସ ପକ୍ଷରୁ ଅନୁସନ୍ଧାନରୁ ଆରମ୍ଭ କରିଥିଲେ ମଧ୍ୟ କୋୖଣସି ପ୍ରକାର ଆସାମୀକୁ ଗିରଫ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉନଥିବା ପରେ ମଧ୍ୟ ଆସାମୀକୁ ଧରିବା କଷ୍ଟକର ହୋଇଥିଲ। ମୃତ ଦେହ ଉଦ୍ଧାର ସମୟରେ ଆସାମୀ ଛାଡ଼ି ଚାଲି ଯାଇଥିବା ଗୋଟିଏ ପ୍ୟାଣ୍ଟ୍ ରେ ଗୋଟିଏ ଟେଲର ଦୋକାନ ନାମ ଲେଖା ଯାଇଥିଲେ। ଏହାକୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଅନୁସନ୍ଧାନରୁ ଜାଣିପାରିଛି ହତ୍ୟା କାରୀ ତାର ସ୍ବାମୀ ଓ ଦୁଇ ଭାଇ। ପୋଲିସ ଜଗନ୍ନାଥ କୁ ଗୁଜରାଟର ଏକ ସ୍ଥାନରେ ଲୁଚି ରହିଥିଲା। ଗୁଜରାଟ ପୋଲିସ ସହାୟତାରେ ଜଗନ୍ନାଥକୁ ଗିରଫ କରିବା ପରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋଟ ଚାଳନ କରାଯାଇଛି ବୋଲି କଟକ ଡିସିପି ଶ୍ରୀ ଜଗମୋହନ ମୀନା ପ୍ରକାଶ କରିଛନ୍ତି। ଆଜିର ସମ୍ବାଦିକ ସମ୍ମିଳନୀ ରେ ସିପି ଶ୍ରୀ ଏସ ଦେବ ଦତା ସିଂ ଓ କଟକ ଡିସିପି ଶ୍ରୀ ଜଗମୋହନ ମୀନା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *