ବିଧାନ ସଭାରେ ବିଭିନ୍ନ  ସମସ୍ୟା ର ପ୍ରସଙ୍ଗ ଉପସ୍ଥାପନ କଲେ ଛତ୍ରପୁର ବିଧାୟକ  ।

ଛତ୍ରପୁର : ୧୪.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର: ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଥିବା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ନେଇ ବିଧାନସଭା ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରଶ୍ନ କରିଛନ୍ତି ଉକ୍ତ ଚିକିତ୍ସାଳୟକୁ ପୁରି ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଳକରୁ ଶହ ଶହ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି ଏହି ହସ୍ପିଟାଲଟି ଜିଲ୍ଲା ସଦର ମହକୁମା ଚିକିତ୍ସା କେନ୍ଦ୍ର ରୁପେ ମାନ୍ୟତା ଦେବାର ବ୍ୟବସ୍ଥା କରିବା ଏବଂ  ସ୍ବାସ୍ଥ୍ୟ କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ରାସାୟନିକ ସିଳ୍ପ, ଜାତୀୟ ରାଜପଥ, ଲୁଣିପାଣି, ଆଦ୍ରତା ବାୟୁ ମଣ୍ଡଳ, ବିଶୁଦ୍ଧ ଜଳାଶୟ ଆଦି କାରଣରୁ ଉପୁଜିଥିବା ସଂକ୍ରମିତ ରୋଗ ନିରାକରଣ ନିମନ୍ତେ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ଅଛି କି ବିଧାୟକ ପ୍ରଶ୍ନ କରିଥିଲେ ଏହାର ଉତ୍ତର ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ନିୟମାବଳୀକୁ ଅନୁସରଣ କରାଯାଇ ରାଜ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସ୍ଥାପନ କରାଯାଇଥାଏ । ପ୍ରଚଳିତ ଆଇପିଏଚ ଏସ -୨୦୨୨ ନିୟମାବଳୀ କୁ ରାଜ୍ୟ ସରକାର ନୀତିଗତ ଭାବରେ ଗ୍ରହଣ କରିଛନ୍ତି । ଏହି ନିୟମାବଳୀ ଆଧାରରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସ୍ଥାପନ ନିମନ୍ତେ ଆସୁଥିବା ବିଭିନ୍ନ ପ୍ରସ୍ତାବ ଗୁଡିକୁ ତର୍ଜମା କରାଯାଇ ଅନୁସୃତ ନୀତିନିୟମ ଆଧାରରେ ପର୍ଯ୍ୟାୟ କ୍ରମେ ବିଧା ମୁତାବକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଛତ୍ରପୁର ବ୍ଲକର ମ୍ୟୁନିସିପେସ୍କୋ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଛତ୍ରପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଦ୍ବାରା ନିକଟବର୍ତ୍ତୀ ଅଞ୍ଚଳରେ ଉପୁଜୁଥ‌ିବା ସଂକ୍ରାମକ ରୋଗର ନିୟନ୍ତ୍ରଣ / ବିଲୋପ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଅଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଆଇଆରଇ  ଦ୍ବାରା ମିଳିତ ଭାବରେ ଆଇଆରଇ  ଶିଳ୍ପ ଆଖପାଖ ଅଞ୍ଚଳ ତଥା ସଂଲଗ୍ନ ଗ୍ରାମ ପଞ୍ଚାୟତ ଗୁଡିକରେ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଶିବିର ଗୁଡିକ ଅନୁଷ୍ଠିତ ହେଉଅଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *