





ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ଯାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁବାର ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି ା ଏହି ଅବସରରେ ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସ୍ବାଗତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଯତୀଂଦ୍ର କୁମାର ସେଠ, ମୁଖ୍ଯବକ୍ତା ବରିଷ୍ଠ ଶିକ୍ଷକ ଭରତ ବାଗ ଓ ସମ୍ମାନିତ ଅତିଥି ଭାବରେ କୁମୁଦବନ୍ଧୁ ଯୋଷୀ, ଲଳିତ କୁମାର ସୁନାରୀ ସମେତ ସଂଘ ଉପସଭାପତି ଅରୁଣ କୁମାର ଯୋଷୀ, ଝରଣା ସାଗର ଦୁରିଆ ଓ ସଂପାଦକ ବାଲାଜୀ ହରିଜନ ମଂଚାସିନ ଥିଲେ ା ଶିକ୍ଷକଙ୍କ ମଧ୍ଯରେ ପାରସ୍ପରିକ ସଂପର୍କ ଓ ସହଯୋଗ ଭାବ ରହିଲେ ଅଂଚଳରେ ଶିକ୍ଷାର ବିକାଶ ସହଜ ହେବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା ା ପ୍ରାରମ୍ଭରେ ସଂଘର ପ୍ରାକ୍ତନ ସଂପାଦକ ବୈଷ୍ଣବ ମେହେର ଅତିଥି ଆମଂତ୍ରଣ ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଲୋଚନ ମେହେର ମଂଚ ସଂଚାଳନ କରିଥିଲେ ା ଅତିଥିଙ୍କ ଦ୍ୱାରା ଦେବ ପୂଜନ ପରେ ନିକୁଞ୍ଜ ବିହାରୀ ସା ଓ ସାଥିଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା ା ଚୂଡ଼ାମଣି ମେହେର ମଂତ୍ରପାଠ କରିଥିଲେ ା ଏହା ପରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା ା ଏ ଅବସରରେ ମୁଖ୍ଯମଂତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସିଆରସିସି ଖଗେଶ୍ୱର ନିଆଲ, ଶିକ୍ଷକ ହୄଦାନନ୍ଦ ମେହେର ଓ ବିଭୁତି ମେହେରଙ୍କୁ ସମ୍ମାନିତ କରାଯାଇଥିଲା ା ଶେଷରେ ସିଆରସିସି ମହେଶ୍ୱର ଗୁଆଲ ଧନ୍ଯବାଦ ଦେଇଥିଲେ ା କାର୍ଯ୍ଯକ୍ରମ ଆୟୋଜନରେ ବ୍ଲକର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ସିଆରସିସି ସହଯୋଗ କରିଥିଲେ l