“ବାରିପଦା ଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟା ଳୟ ଉଦ୍ଘାଟିତ”

ବାରିପଦା(କ:ବ୍ଯୁ)୦୮.୧୨. ୨୦୨୪// ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ କରକମଳରେ ରବିବାର ଦିନ ବାରିପଦା ମଞ୍ଚାଵନ୍ଧା ଠାରେ ବନ ବିଭାଗର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ବିଧାୟକ, ସାରସକଣା ଶ୍ରୀ ଭାଦଵ ହାଁସଦା, ମାନ୍ୟବର ବିଧାୟକ, ବାରିପଦା ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

ବନବିଭାଗର ଏହି ନୂତନ କାର୍ଯ୍ୟାଳୟ , ଜିଲ୍ଲା ମୁଖ୍ୟାଳୟରେ ହେବା ଦ୍ୱାରା ସମସ୍ତ ପ୍ରମୁଖ ବିଭାଗୀୟ ଓ କ୍ଷେତ୍ରୀୟ ଅସୁବିଧା ଦୂର ହୋଇପାରିବ ଏବଂ ସମସ୍ତ ବନଖଣ୍ଡ କ୍ଷେତ୍ରୀୟ କାର୍ଯ୍ୟ ପନ୍ଥା ଜିଲ୍ଲା ପ୍ରଶାସନ ଦ୍ୱାରା ଏହିଠାରୁ ନିୟନ୍ତ୍ରଣ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ଏହି ବିଭାଗୀୟ କାର୍ଯ୍ୟାଳୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିମିତ୍ତ ସମସ୍ତ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନାର ସମୀକ୍ଷା ସମତେ ବନ ସଂରକ୍ଷଣ ପାଇଁ ସମସ୍ତ ପ୍ରଶାସନିକ ପଦକ୍ଷେପ ନିଆଯିବ ତତ୍ସହିତ ବନ ବିଭାଗ ସହିତ ଜଡିତ ସମସ୍ତ ଜନାଭିମୁଖୀ କାର୍ଯ୍ୟର ସମାଲୋଚନା ମଧ୍ୟ ଏହି କାର୍ଯ୍ୟାଳୟରେ ହେବ ବୋଲି କ୍ଷେତ୍ର ନିର୍ଦ୍ଦେଶକ,ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତଥା ମୁଖ୍ୟ ବନ ସଂରକ୍ଷକ, ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନି କହିଥିଲେ।ଇତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *