ତମାଖୁ ସେବନ ତଥା ବିକ୍ରୟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ଚାନ୍ଦିପୁର ଅଞ୍ଚଳରେ ଚଢ଼ଉ; ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ

ତମାଖୁ ସେବନ ତଥା ବିକ୍ରୟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ

ଚାନ୍ଦିପୁର ଅଞ୍ଚଳରେ ଚଢ଼ଉ; ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ସୁମିତ୍ରା ଦେ, ଡ଼. ଅରୂପ ଅଭିଷେକ, ଶ୍ରୀମତୀ ମୋସୁମି ସାମଲ ଓ ଶ୍ରୀ ବ୍ରଜେଶ୍ୱର ନନ୍ଦ ପ୍ରମୁଖ ଚାନ୍ଦିପୁର ପୋଲିସ ସହାୟତାରେ ଚାନ୍ଦିପୁର ଓ ଝମ୍ପୁରା ଛକରେ ଚଢ଼ଉ କରି ୧୦ ଜଣ ନିୟମ ଖିଲାପକାରୀଙ୍କୁ ତାଗିଦ୍ କରିବା ସହିତ ତାଙ୍କ ଠାରୁ ଜୋରିମାନା ଅର୍ଥ ଆଦାୟ କରିଛନ୍ତି I ଏଥି ସହିତ ଖାଦ୍ୟ ପଦାର୍ଥ, ତେଜରାତି, ଭେରାଇଟି ଷ୍ଟୋରରେ ଖୋଲା ଖୋଲି ଭାବରେ ତମାଖୁ ଦ୍ରବ୍ୟ ବିକ୍ରି ଉପରେ ବିକ୍ରେତାଙ୍କୁ ସଚେତନ କରାଯାଇଥିଲା । ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଏହି ଚଢ଼ଉ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି I

ଚଢ଼ଉରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟାନ୍ୱୟନ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ନିରନ୍ତର ଆଭିମୁଖ୍ୟର ଅଂଶବିଶେଷ ବୋଲି ଗୁରୁତ୍ୱାରୋପ କରିଥିଲେ I ତମାଖୁ ନିୟନ୍ତ୍ରଣ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ବହୁ-ବିଭାଗୀୟ ଟାସ୍କଫୋର୍ସ କଠୋର ଅନୁଧ୍ୟାନ ଏବଂ ପ୍ରବର୍ତ୍ତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଜାରି ରଖିବା ସହିତ ନିୟମ ଉଲ୍ଲଙ୍ଘନ ପାଇଁ କଠୋର ଦଣ୍ଡବିଧାନ ସହିତ ନିୟମିତ ଭାବେ ଏହି ଏନଫୋର୍ସମେଣ୍ଟ ଅପରେସନ କରାଯିବ ବୋଲି ଡ଼. ଦେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି I

Leave a Reply

Your email address will not be published. Required fields are marked *