
ରିଲିଜ୍ ପରେ ବକ୍ସଅଫିସରେ ଧମାଲ୍ କରୁଛି ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨’ । ଏହି ଚଳଚ୍ଚିତ୍ରଟି ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା ଏବଂ ଆଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ମିଳୁଛି । ପୁଷ୍ପାର ପାର୍ଟ ୱାନ୍ ରିଲିଜ୍ ହେବାର ତିନି ବର୍ଷ ପରେ ଥିଏଟରରେ ଆଲୁ ଅର୍ଜୁନଙ୍କ ପୁଷ୍ପା ୨ ଦେଖିବା ପାଇଁ ସିନେମା ଘରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ଫିଲ୍ମର ଆଡଭାନ୍ସ ବୁକିଂ ବକ୍ସଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ପୁଷ୍ପା ୨ ପ୍ରେକ୍ଷାଳୟରେ ରିଲିଜ୍ ହେବାର କିଛି ସମୟ ପରେ ହିଁ ମେକର୍ସଙ୍କୁ ଲାଗୁଛି ଝଟକା । ଜାତୀୟ ଗଣମାଧ୍ୟ ରିପୋର୍ଟ ଅନୁସାରେ, ପୁଷ୍ପା-୨ ଅନଲାଇନ୍ ଲିକ୍ ହୋଇଛି ଯାଇଛି । ପ୍ରଶଂସକଙ୍କ ମଧ୍ୟରେ ପୁଷ୍ପା-୨କୁ ନେଇ ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳିଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୨୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । “ପୁଷ୍ପା-୨’ର କ୍ରେଜ୍: ମୁକ୍ତିଲାଭ କରିବା ପୂର୍ବରୁ ସିନେମାକୁ ବଡ଼ ସଫଳତା, ଆୟ କଲା ଏତେ କୋଟି” ବାସ୍ତବରେ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ HD ପ୍ରିଣ୍ଟରେ ଅନଲାଇନରେ ଲିକ୍ ହୋଇଯାଇଛି । ନ୍ୟୁଜ୍ 18 ରିପୋର୍ଟ ଅନୁଯାୟୀ, ଆଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା 2 ଇବୋମା, ମୋଭିରୁଲଜ୍, ତାମିଲରକର୍ସ, ଫିଲ୍ମିଜିଲା ପରି ୱେବସାଇଟରେ ଉପଲବ୍ଧ । ଏହି ୱେବସାଇଟରେ ମାଗଣାରେ ଫିଲ୍ମ ପୁଷ୍ପା ରିଲିଜ୍ କରି ପାରିବେ ଦର୍ଶକ । ସେହପରି ଅନେକ ଲୋକ ଏହାକୁ ଡାଉନଲୋଡ କରିଥିବା ମଧ୍ୟ ଦାବି କରାଯାଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦନାଙ୍କ ଫିଲ୍ମ । ଆଲ୍ଲୁ ଅର୍ଜୁନଙ୍କ ଅଭିନୟ ଜିଣୁଛି ଦର୍ଶକଙ୍କ ମନ । ଆଜି ଗୁରୁବାର ସତ୍ତ୍ୱେ ସିନେମା ଘରେ ଲୋକଙ୍କ ଲାଗିଛି ଭିଡ଼ । ଏପରିକି କେହି କେହି ଅଫିସରୁ ଛୁଟି ନେଇ ଆଲ୍ଲୁ ଅର୍ଜୁଙ୍କ ଫିଲ୍ମ ଦେଖିବା ପାଇଁ ମଧ୍ୟ ଥିଏଟରରେ ପହଞ୍ଚିଛନ୍ତି । ଆଜି ପ୍ରଥମ ଦିନରେ ହିଁ ଫିଲ୍ମକୁ ଏକ ସଫଳତା ମିଳିବା ପାଇଁ ଯାଉଛି ।