ବ୍ରହ୍ମପୁର ପୌର ଆୟୁକ୍ତଙ୍କ ମନମୁଖୀ ନୀତୀ ଏହି  ନିଷ୍ପତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ଏକାଠି ହେଲେ ୨୦ରୁ ଉର୍ଦ୍ଧ୍ବ କର୍ପୋରେଟର

ଛତ୍ରପୁର : ୫.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର: ବ୍ରହ୍ମପୁର ମହାନଗର ନିଗମର ୨୦ ରୁ ଉର୍ଦ୍ଧ୍ବ କର୍ପୋରେଟର ମଙ୍ଗଳବାର ଦିନ ଛତ୍ରପୁର ସ୍ଥିତ ଜିଲାପାଳଙ୍କ ବାସଭବନରେ ସାକ୍ଷାତ କରି ପୈାର ଆୟୁକ୍ତଙ୍କ ମନମୁଖୀ, ନୀତି ହୀନ, ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଅର୍ଥ ବଂଟନର ପ୍ରାଥମିକତାକୁ ଦୃଷ୍ଟିରେ ନ ରଖି ଶକ୍ତିଶାଳୀ ଲୋକଙ୍କ ଦ୍ବାରା ପ୍ରଭାବିତ ହୋଇ କିମ୍ବା ଆର୍ଥିକ ପ୍ରଲୋଭନରେ ପ୍ରଲୋଭିତ ହୋଇ ବିନା କାଉନ୍‌ସିଲ୍ ଅନୁମୋଦନ ନଥାଇ କିମ୍ବା ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନଥାଇ ଗୋଟିଏ ବିତାଡିତ ଟ୍ରଷ୍ଟ ସଦସ୍ୟଙ୍କୁ ରାତିଅଧିଆ ଏତେ ବଡ ଅର୍ଥ ଟ.୬୨,୯୬,୯୭୫/-ଙ୍କା (ବାଷଠି ଲକ୍ଷ ଛୟାନବେ ହଜାର ନିଅ ଶହ ପଂଚସ୍ତୋରୀ ଟଙ୍କା, ଚେକ୍ ନଂ- ୧୦୧୫୩୪, ତା.୧୪.୧୧.୨୦୨୪ ରିଖ) ଦେବାଟା ବିଧି ବ୍ୟବସ୍ଥାର ବିରୁଦ୍ଧାଚରଣ ବୋଲି କହିଛନ୍ତି । ହରିଶ୍ଚନ୍ଦ୍ର ଯୋଜନାର ଅର୍ଥକୁ ଯାହା ସର୍ବସାଧାରଣଙ୍କ ଅନ୍ତେଷ୍ଟକ୍ରିୟା ନିମନ୍ତେ ଆର୍ଥିକ ଅନୁଦାନ ଅଟେ । ସେହି ଅର୍ଥକୁ ଦିଆ ଯାଉ ନାହିଁ, ଏହାର କାରଣ କହୁଛନ୍ତି ଅଡିଟ୍ ପରେ ଦିଆଯିବ କିନ୍ତୁ ଏତେ ବଡ ଧନରାଶି ଗୋଟିଏ ବିତାଡିତ ଟ୍ରଷ୍ଟି ସଦସ୍ୟଙ୍କୁ ଦେବାଟା କେତେଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଡି ପି ଆର୍ ନକ୍ସାରେ ସ୍ଥାନ ନଥାଇ ହଠାତ୍ ରାତି ଅଧିଆ ମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଅତି ନିକଟରେ କିଛି ଦିନ ତଳେ ବିଧାୟକ ଶୁଭ ଦେଲେ । ଏହା ଉଚିତ୍ ନୁହେଁ ବୋଲି କହିଛନ୍ତି। ଏବଂ ଏହି ପୋଖରୀ ଠାକୁରଙ୍କ ଜଳଲାଗି ଦେବନୀତି କାର୍ଯ୍ୟରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ । ଏହାର ସରୂପ ବଜାୟ ରଖିବା ପାଇଁ ଠାକୁରଙ୍କ ପ୍ରତିମୂର୍ତି ହିଁ ରଖିବା ଉଚିତ୍ ବୋଲି ଦର୍ଶାଇବା ସହ କୌଣସି ମହାପୁରୁଷଙ୍କ ପ୍ରତିମୂର୍ତି ନୁହେଁ, ମହାନ୍ ବ୍ୟକ୍ତିତ୍ବର ଅଧିକାରୀ ସର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତି ସହରର ଯେ କୌଣସି ଛକରେ କିମ୍ବା ତାଙ୍କ ନାମରେ ନୂତନ ପାର୍କ ସ୍ଥାପନ କରି ସେଥି ମଧ୍ୟରେ ପ୍ରତିମୂର୍ତି ସ୍ଥାପନ କରିବାଟା ହେଉଛି ପ୍ରକୃତ ଶ୍ରଦ୍ଧାଜଳୀ ବୋଲି ସେମାନେ କହିଛନ୍ତି। ଏହା ସହ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ସାଂସଦ ଏବଂ ବିଧାୟକଙ୍କୁ ସହରର ସମସ୍ତ ଅଂଚଳର ଅଂଚଳବାସୀ ବାରମ୍ବାର ସାକ୍ଷାତ କରି ପ୍ରୋଜେକ୍ଟ ଉପରେ ସଠିକ୍ ବୁଝାଇବା ପରେ ବିଧାୟକ ଓ ସାଂସଦଙ୍କ ଅନୁଦାନ ନିର୍ବାଚନ ଆଚରଣ ବିଧି ପୂର୍ବରୁ ଅନୁମୋଦନ ହୋଇଥିଲା, କିନ୍ତୁ ଆଚରଣ ବିଧିର ଦ୍ବାହି ଦେଇ କାର୍ଯ୍ୟାଦେଶକୁ ସୁଗିତ ରଖା ଯାଇଥିଲା । କିନ୍ତୁ ବର୍ତମାନ ଅଧିକାରୀମାନେ ମନ୍ଦ ଉଦ୍ଦେଶ୍ୟ ରଖି ଅନୁମୋଦିତ ପୂର୍ବତନ ସାଂସଦ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ଦେଉ ନାହାନ୍ତି ଏବଂ କାଉନ୍‌ସିଲ୍ ର ପ୍ରସ୍ତାବରେ ସହର ମଧ୍ୟରେ ରହିଥିବା ପୋଖରୀର ପୁର୍ନଉଦ୍ଧାର କାର୍ଯ୍ୟାଦେଶ ମିଳିଥିଲା, କିନ୍ତୁ ଦୀର୍ଘଦିନ ହେଲା କାରଣ ନଥାଇ କାର୍ଯ୍ୟସବୁ ଅଧା ଅଧୁରା ରହି ବନ୍ଦ ରହିଛି, ଏହା ପଛର ରହସ୍ୟ କଣ ? ଏହାର ସ୍ଥାୟୀ ସମାଧାନ ନ ବାହାର କଲେ ସରକାରଙ୍କ ଅର୍ଥର ଅପଚୟ ହେବ ବୋଲି ଅଭିଯୋଗ କରିଛନ୍ତି। ଟେଣ୍ଡର ମାଧ୍ୟମରେ ଲୋଚାପଡା ନିକଟସୁ ବ୍ରଜନଗର ଠାରୁ ସିଦ୍ଧାର୍ଥ ନଗର ପର୍ଯ୍ୟନ୍ତ ରାସ୍ତା କାମ ନିମନ୍ତେ ଦୀର୍ଘ ଦିନ ହେଲା ଟେଣ୍ଡର ପ୍ରକ୍ରିୟା ସରି ଯାଇଥିଲେ ମଧ୍ୟ କାମ ନ ହେବା ଯୋଗୁଁ ଜନଅସନ୍ତୋଷ ମାତ୍ରାଧିକ ବଢି ଚାଲିଛି । ଏହି ଟେଣ୍ଡରକୁ କୌଣସି କାରଣ ନଥାଇ ବାତିଲ୍ କରିବା ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରସ୍ତାବ ପାରିତ କରିଛନ୍ତି । କିନ୍ତୁ ଏ କାର୍ଯ୍ୟଟି ଉଭୟ ଗୋପାଳପୁର ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଅଟେ । ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟେଣ୍ଡର ବାହାର କରାଯାଇଥିଲା କିନ୍ତୁ କୌଣସି କାରଣ ନ ଦର୍ଶାଇ କାହାର ପ୍ରରୋଚନାରେ ବାତିଲ୍ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ଅସନ୍ତୋଷ କର୍ପୋରେଟର ମାନେ ପୈାର ଆୟୁକ୍ତଙ୍କ ମନୋମୁଖୀ ଓ ବିଭିନ୍ନ ଅନିୟମିତତା ବିଷୟ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା ବେଳେ ସହରରେ ଅନାସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Leave a Reply

Your email address will not be published. Required fields are marked *