ଭୈରବୀ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା….ଧାରାବାହିକ ଅଭିନେତ୍ରୀହିରଣ୍ମୟୀ ଙ୍କ ନୃତ୍ୟରେ ଝୁମିଲେ ଦର୍ଶକ ।

ହରଭଙ୍ଗା : କଳା, ସଂକୃତି, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ଚତୁର୍ଥ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ l ଏହି ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ରେ ମା ଙ୍କ ସନ୍ଧ୍ୟା ଧୂପ ଓ ଆଳତି ପରେ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ, 8 ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟା ତାରାମଣି ପ୍ରଧାନ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, ସମାଜ ସେବୀ ବିଶ୍ୱଜିତ ପ୍ରଧାନ ମଂଚାସୀନ ରହିଥିଲେ। ସରକାରୀ ୟୁ ପି ସ୍କୁଲ ଚାରିଛକ, ଶୁଭ୍ରା ଗ୍ରୁପଡ୍ୟାନ୍ସ ପୁରୁଣାକଟକ, ମଥୁରା ଏମ ଇ ସ୍କୁଲ,ବିରନାରସିଂହପୁର ୟୁପି ସ୍କୁଲ, ଡିଗ୍ରୀ ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ପୁରୁଣାକଟକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣାକଟକ, ଆଦର୍ଶ ବିଦ୍ୟାଳୟ ମଣିପୁର, ସେଣ୍ଟ ଜଭିଆର ଇଂରାଜୀ ସ୍କୁଲ ବୌଦ୍ଧ, କସ୍ତୁରବା ବାଳିକା ବିଦ୍ୟାଳୟ, ମାଁ ଡ଼ୁମାଦେଇ ସାଂସ୍କୃତିକ ପରିଷଦ ଟିଟିଲାପଙ୍ଗା(ଫୁଲବାଣୀ ), ଅଁଳାଇ ପାଇକଆଖଡ଼ା ଖୋର୍ଦ୍ଧା, ବଣ୍ଡା ଆଦିବାସୀ ନୃତ୍ୟ ମାଲକାନଗିରି ଙ୍କ ଦ୍ୱାରା ନୃତ୍ୟ ସହିତ ଚତୁର୍ଥ ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ନାମୀ ଦାମୀ ଧାରାବାହିକ ଅଭିନେତ୍ରୀ ହିରଣମୟୀ ଙ୍କ ନୃତ୍ୟ ଗୀତରେ ଦର୍ଶକ ଝୁମି ଉଠି ଥିଲେ। ଏହି ଅବସରରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସାଧାରଣସଭା କୁ ଭୈରବୀ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମଞ୍ଚ ପରିଚାଳନା କରିଥିଲେ lଜନ ଗହଳି କୁ ନେଇ ପୋଲିସ ପ୍ରଶାସନ ର ସହଯୋଗ ସହିତ ଭୈରବୀ ମହୋତ୍ସବ କମିଟି ଆବାହକ ବିଭୁଦତ୍ତ ବୋଷ,ସମ୍ପାଦକ ଅଶୋକ ସେଠୀ,ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପଟ୍ଟନାୟକ, ସତୀଶ ବେହେରା, ମନୋଜ ପାଢ଼ୀ, ଅକ୍ରୁର ସେଠି, ମନୋଜ ସାହୁ, ବିକାଶ ମିଶ୍ର, ପ୍ରମୋଦ ମହାପାତ୍ର, ପ୍ରଶାନ୍ତ ସେଠି, ପ୍ରଶାନ୍ତ ସେଠି କୈଳାଶ ଅଗ୍ରୱାଲ, ବାଳକୃଷ୍ଣ ନାଏକ ,ସତ୍ୟ ନାଏକ ଙ୍କ ସମେତ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟ ଭାର ତୁଲାଇଥିଲେ l
B Patana Negi: ବ୍ୟୁରୋ ରିପୋର୍ଟ କଳିଙ୍ଗପ୍ରଭା ଟିଭି

Leave a Reply

Your email address will not be published. Required fields are marked *