ଦାଦନ ଶ୍ରମିକଙ୍କୁ ହତ୍ୟା ଘଟଣା। ଶ୍ରମ ବିଭାଗ, ପୁଲିସ ଓ ଦାଦନ ସର୍ଦାର ମିଳିମିଶି ଚାପିବାକୁ ଉଦ୍ୟମ।ପଞ୍ଜିକରଣ ନ ଥାଇ ସର୍ଦାରଙ୍କ ଶ୍ରମିକ ଚାଲାଣ ଅଭିଯୋଗ।

[ 3/12/2024] B Patana Negi: ପାଟଣାଗଡ଼ –
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସୋଲବନ୍ଧ ଗାଁ ର ଦାଦନ ଶ୍ରମିକ ଗଣେଶ ଶବର ଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ମା ହତ୍ୟା ହୋଇଥିବା ଅଭିଯୋଗ ଆଣିଥିଲେ।କିନ୍ତୁ ଏହି ଘଟଣାକୁ ଶ୍ରମ ବିଭାଗ, ପୁଲିସ ଓ ଦାଦନ ସର୍ଦାର ମିଳିମିଶି ଚାପିବାକୁ ଜୋରସୋର ଉଦ୍ୟମ ଜାରିରଖିଥିବା ଅଭିଯୋଗ ହେଉଛି।ଏହି ଘଟଣାରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ମଧ୍ୟ ଅଭିଯୋଗ ଉଠିଛି। ଏ ନେଇ ପାଟଣାଗଡ଼ ଥାନାରେ ଗଣେଶ କୁ ଦାଦନ ସର୍ଦାର ଦେବାଶିଷ ପାଣିଗ୍ରାହୀ ଓ ରବି ସେଠ ତାଙ୍କ ଘରୁ ଡାକି ନେଇ ହତ୍ୟା କରିଥିବା ଓ ଗଣେଶ କୁ ଟଙ୍କା ନ ଦେଲେ ଘରକୁ ଆଉ ନ ଫେରିବାର ଧମକକୁ ନେଇ ମୃତକଙ୍କ ମା କୁରମି ଶବର ଅଭିଯୋଗ କରିଥିଲେ। ପରେ ହଠାତ ଗଣେଶ ର ମୃତ ସ୍ଥାନ ଟୁନି ଷ୍ଟେସନ ଠାରୁ ଫେରିବା ପରେ ଗଣେଶ ର ବାପା ବୟାନ ବଦଳେଇ ଦୁର୍ଘଟଣା ହୋଇଥିବା କହିଥିଲେ।କିନ୍ତୁ ଘରୁ ଯିବା ସମୟରେ ସୁସ୍ଥ ସବଳ ଥିବା ଗଣେଶ ହଠାତ କେମିତି ମୃତ୍ୟୁବରଣ କଲେ ଓ ଟ୍ରେନରେ ଯଦି ଦୁର୍ଘଟଣା ହୋଇଥାନ୍ତା ରେଲୱେ ପୁଲିସ ପାଖରେ ନିଶ୍ଚିତ ଖବର ରହିଥାନ୍ତା ଓ ଏନେଇ ନିର୍ଦିଷ୍ଟ ସ୍ଥାନରେ ମାମଲା ମଧ୍ୟ ହୋଇଥାନ୍ତା।ଅନ୍ୟପଟେ ଗଣେଶ ର ମୃତ ଦେହ ଷ୍ଟେସନ ର କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ପଡିଥିଲା ଓ ମୃତ ଦେହ ର ଫୋଟୋ ରୁ ପ୍ରଥମେ ମାଡ ମରାଯାଇଛି ଓ ପରେ ହତ୍ୟା କରାଯାଇ ସେଠାରେ ମୃତ ଦେହକୁ ପକାଇ ଦୁର୍ଘଟଣା ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି।ଅପରପକ୍ଷରେ ଗଣେଶ କେଉଁ ଟ୍ରେନ ରେ ଯାଉଥିଲେ, ପ୍ରକୃତରେ ଟ୍ରେନରେ ଯାଉଥିଲେ ନା ଏକ କାରରେ ଗଣେଶ କୁ ନିଆଯାଉଥିଲା। ଗଣେଶ ଉକ୍ତ ଦିନ କାହା କାହା ସହ ଫୋନରେ କଥା ହେଉଥିଲେ ଓ ଗଣେଶ ର ଶେଷ କଲ କାହା ସହ ଥିଲା ଏସବୁ ଘଟଣା ର ଯଦି ତଦନ୍ତ କରାଯିବ ତେବେ ଘଟଣାର ସତ୍ୟତା ଲୋକ ଲୋଚନକୁ ଆସିପାରିବ ବୋଲି ଲୋକେ କହୁଛନ୍ତି। ଏଥିସହ ଗଣେଶ ଙ୍କ ପରିବାର କୁ ଚାଲାଣ କରିଥିବା ଦାଦନ ସର୍ଦାର ଦେବାଶିଷ ପାଣିଗ୍ରାହୀ ଙ୍କ ଶ୍ରମିକ ଚାଲାଣ ଲାଇସେନ୍ସ ରହିଛି ନା ନାହିଁ। ଗଣେଶ ଙ୍କ ପରିବାରର ଶ୍ରମ ବିଭାଗରେ ପଞ୍ଜିକରଣ କାହିଁକି ହୋଇନାହିଁ। ଯଦି ବେଆଇନ ଶ୍ରମିକ ଚାଲାଣ ସର୍ଦାର ଜଣକ କରୁଥିଲେ ଏ ପର୍ଯ୍ୟନ୍ତ ଦାଦନ ସର୍ଦାର ଦେବାଶିଷ ପାଣିଗ୍ରାହୀ ଙ୍କ ବିରୋଧରେ ଶ୍ରମ ବିଭାଗ ଓ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ କାହିଁକି। ସମସ୍ତେ ମିଳିମିଶି ଏହି ଘଟଣାକୁ ଚାପିବାକୁ ଉଦ୍ୟମ ଘଟଣାରେ ଜିଲାପାଳ ଦୃଷ୍ଟି ଦେଇ ମୃତକଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି।
[3/12/2024] B Patana Negi: ବଲାଙ୍ଗିର ରୁ ଦୁର୍ଜ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *